ଚଣ୍ଡୀଗଡ଼ରେ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା : ୨୨୧ ଫୁଟ୍ ଉଚ୍ଚତା, ଓଜନ ୭୦ କୁଇଣ୍ଟାଲ
ଚଣ୍ଡୀଗଡ଼ରେ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା : ୨୨୧ ଫୁଟ୍ ଉଚ୍ଚତା, ଓଜନ ୭୦ କୁଇଣ୍ଟାଲ
admin
Oct 11, 2019 - 12:20
Updated: Oct 11, 2019 - 12:20
ବିଜୟା ଦଶମୀ ପାଳନ ବେଳେ ରାବଣ ଦହନ ଏକ ପାରମ୍ପରିକ ଉତ୍ସବ । ଏହି ଅବସରରେ ଚଣ୍ଡୀଗଡ଼ର ଧନାସ ପରେଡ ପଡିଆରେ ଏକ ବିଶାଳ ରାବଣ ପୁତ୍ତଳିକା ନିର୍ମିତ ହୋଇଥିଲା । ଯାହାର ଉଚ୍ଚତା ଥିଲା ୨୨୧ ଫୁଟ ଏବଂ ଓଜନ ୭୦ କୁଇଣ୍ଟାଲ । ଏହାକୁ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା କୁହାଯାଉଛି । ତଜିନ୍ଦର ଚୌହାନ ନାମକ ଜଣେ କାରିଗର ଅନ୍ୟ ଚାଳିଶ ଜଣ ସହ କାରିଗରଙ୍କ ଦ୍ୱାରା ଏହାକୁ ତିଆରି କରିଥିଲେ । ନିର୍ମାଣ ପାଇଁ ଛଅ ମାସ ସମୟ ଲାଗିଥିଲା ଏବଂ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ରାବଣ ପୋଡ଼ି ପୂର୍ବରୁ ୧୫୦ ଜଣ ଲୋକ କ୍ରେନ୍ ଓ ଜେସିପି ମେସିନ୍ ସହାୟତାରେ ବାର ଘଣ୍ଟା ପରିଶ୍ରମ କରି ଏହାକୁ ସିଧା ଭାବେ ଛିଡ଼ା କରାଯାଇଥିଲା । ରିମୋଟ୍ ଦ୍ୱାରା ଏଥିରେ ଅଗ୍ନି ସଂଯୋଗ କରାଯାଇଥିଲା । ସବୁଠାରୁ ଆକର୍ଷଣରେ ଥିଲା ରାବଣଙ୍କ ଚାଳିଶ ଫୁଟ ଲମ୍ବର ଜୋତା, ପଞ୍ଚାବନ ଫୁଟ ଲମ୍ବ ଓ ଅଢେ଼ଇ କୁଇଣ୍ଟାଲ ଓଜନର ଖଣ୍ଡା ଓ ବାର ଫୁଟର ଢ଼ାଳ । ପରିବେଶ ପ୍ରଦୂଷଣ ବିରୋଧୀ ସାମଗ୍ରୀରେ ନିର୍ମିତ ଫୁଲଝରି ଏହି ରାବଣ ପୋଡ଼ିରେ ବ୍ୟବହୃତ ହୋଇଥିଲା । ଏହି ବିଶାଳ ପ୍ରତିମା ନିର୍ମାଣ ବାବଦରେ ଖର୍ଚ୍ଚ ତୁଲାଇବା ଲାଗି ତଜିନ୍ଦର ନିଜର ସାଢେ଼ ବାର ଏକର ଜମି ବିକି୍ର କରିଦେଇଥିବା ଜଣାଯାଏ । ଯାହା ଉଲ୍ଲେଖନୀୟ । ‘ଲିମକା ବୁକ୍ ଅଫ୍ ରେକର୍ଡସ’ ଏହାକୁ ଦୁନିଆର ସବୁଠୁ ବଡ଼ ରାବଣ ପ୍ରତିମା ଭାବେ ମାନ୍ୟତା ଦେଇଛି ।