କମ୍ ଖର୍ଚ୍ଚରେ ଘରସଜ୍ଜା

କମ୍ ଖର୍ଚ୍ଚରେ ଘରସଜ୍ଜା

କମ୍ ଖର୍ଚ୍ଚରେ ଘରସଜ୍ଜା
ଘର ସଜ୍ଜା ପାଇଁ ଦୁଇଟା ଜିନିଷ ଆବଶ୍ୟକ ପଡେ଼ । ଗୋଟିଏ ହେଉଛି ସମୟ ଅନ୍ୟଟି ଟଙ୍କା । ଗୃହିଣୀ ଘର କାମରେ ବ୍ୟସ୍ତ ରହିଲେ ମଧ୍ୟ ଘର ସଜ୍ଜା ପାଇଁ ସମୟ ବାହାର କରିପାରନ୍ତି । ମୁଣ୍ଡ ଉପରେ ଏତେ ଦାୟିତ୍ୱ ଥାଏ ଯେ ଘର ସଜ୍ଜାରେ ଅଧିକ ଖର୍ଚ୍ଚ କରିବାକୁ ମନ ଚାହେଁନି । ତେବେ କମ୍ ଖର୍ଚ୍ଚରେ କିପରି ଘରକୁ ନୂଆ ରୂପ ଦେଇ ହେବ ଆସନ୍ତୁ ନଜର ପକାଇବା । ପୁରୁଣା ଫର୍ଣ୍ଣିଚରର ବ୍ୟବହାର: ଯଦି ଆପଣ ପୁରୁଣା ଫର୍ଣ୍ଣିଚର ବଦଳାଇବାକୁ ଚିନ୍ତା କରୁଥାନ୍ତି, ଏହାକୁ ନବଦଳାଇ ବେଡ଼ରୁମରେ ସାଇଡ ଟେବୁଲ ଭାବେ ବ୍ୟବହାର କରିପାରନ୍ତି । ଲ୍ୟାମ୍ପ ଫୁଲଦାନୀ ଏବଂ ଆଲାରାମ ଘଣ୍ଟାରେ ସଜାଇପାରିବେ । ପ୍ଲେଟରେ ସଜାନ୍ତୁ: ଖାଇବା ବ୍ୟତୀତ ପ୍ଲେଟର ବ୍ୟବହାର ଘରର କାନ୍ଥକୁ ମଧ୍ୟ ସଜାଇବାର ବ୍ୟବହାର ହୋଇଥାଏ । ଏଥିପାଇଁ ଟିକେ ସମୟ ବାହାର କରିବାକୁ ପଡ଼ିବ । ପକୃତିଠାରୁ କିଛି : ପ୍ରାକୃତିକ ଜିନିଷ ସମସ୍ତ ପସନ୍ଦ । ଯଦି ଏହାକୁ ଆମେ ଘର ସଜ୍ଜାରେ ବ୍ୟବହାର କରିବା ଆହୁରି ବଢ଼ିଆ । ଘର ଭିତରେ ବିଭିନ୍ନ ପ୍ରକାର ଗଛ ଲଗାଇପାରିବେ । ଏହା ଘରକୁ ପ୍ରଦୂଷଣ ମଧ୍ୟ ମୁକ୍ତ କରିବ । କାନ୍ଥକୁ ଦିଅନ୍ତୁ ଭିନ୍ନ ଲୁକ୍: ଆପଣ ନିଜର ଘରକୁ ଅନ୍ୟଙ୍କ ତୁଳନାରେଭିନ୍ନ ଲୁକ୍ ଦେବାକୁ ଚାହୁଁଥିଲେ କାନ୍ଥର ଟେକ୍ସଚର ଉପରେ ଧ୍ୟାନ ଦିଅନ୍ତୁ । ରଙ୍ଗୀନ ମହମବତୀ: ଘର ସଜ୍ଜାରେ ମହମବତୀକୁ ମଧ୍ୟ ସାମିଲ କରିପାରିବା । କମ୍ ଖର୍ଚ୍ଚରେ ଆପଣ ନିଜ ଘରକୁ ଦେଇପାରିବେ ଆକର୍ଷଣୀୟ ଲୁକ୍ । କୌଣସି ଖାଲି ପଡ଼ିଥିବା ଟେବୁଲ ଉପରେ ରଙ୍ଗୀନ ମହମବତୀକୁ ଏକାଠି ସଜାଇ ରଖିଦିଅନ୍ତୁ ।