ଯୋଗୀଙ୍କ ଯଜ୍ଞ

ଯୋଗୀଙ୍କ ଯଜ୍ଞ

ଯୋଗୀଙ୍କ ଯଜ୍ଞ
ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ରାତିଦିନ ଏକ କରି ଔଷଧ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି। ହେଲେ ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଆଜି ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ କରୋନା ଭାଇରସର ନିରାକଣ ପାଇଁ ଯଜ୍ଞ କରାଯାଇ ମନ୍ତ୍ର ପାଠ କରାଯାଇଛି। ଏହି ଗୋରଖନାଥ ମନ୍ଦିର ଓ ମଠର ମୁଖ୍ୟ ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯଜ୍ଞ କଲେ କରୋନା ଭାଇରସ ଭୟରେ ପଳାଇବ ବୋଲି ଯଜ୍ଞକୁ ଆୟୋଜନ କରିଥିବା ମହନ୍ତମାନେ କହିଛନ୍ତି। ଯଜ୍ଞ ଦ୍ୱାରା ପରିବେଶ ପରଷ୍କାର ହେବ ଏବଂ ଏହାଦ୍ୱାରା କରୋନା ଭାଇରସର ନିରାକରଣ ହୋଇପାରିବ ବୋଲି ସେ କହିଛନ୍ତି। ଯଜ୍ଞରେ ଯୋଗଦେଇଥିବା ଆଚାର୍ଯ୍ୟ ରାମନନ୍ଦ ତ୍ରିପାଠୀ କହିଛନ୍ତି, ଯଜ୍ଞ ବେଳେ ଉଚ୍ଚାରକଣ କରାଯାଉଥିବା ମନ୍ତ୍ର ମଧ୍ୟ ପରିବେଶକୁ ପରିଷ୍କାର କରିବ ଓ ଏହି ମନ୍ତ୍ରରେ ଉଚ୍ଚାରଣ ହେଉଥିବା ଶବ୍ଦ କରୋନା ଭଳି ଭାଇରସକୁ ହରାଇ ଦେବ। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ କରାଯାଉଥିବା ଏହି କରୋନା ଶାନ୍ତି ଯଜ୍ଞରେ ୫୧ ଜଣ ଶିଷ୍ୟ ଯୋଗଦେଇ ମନ୍ତ୍ର ପାଠ କରିଥିଲେ।