ବଢିଲା ଡିଜିଙ୍କ କାର୍ଯ୍ୟକାଳ

ବଢିଲା ଡିଜିଙ୍କ କାର୍ଯ୍ୟକାଳ

ବଢିଲା ଡିଜିଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର: ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଛି । ସେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଲିସ ଡିଜି ଭାବେ କାର୍ଯ୍ୟ କରିବେ ବୋଲି ଗୃହ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୨୧ ଜୁନ ମାସରେ ଅଭୟ ଅବସର ଗ୍ରହଣ କରିଥାନ୍ତେ । ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ତାଙ୍କ କାର୍ଯ୍ୟକାଳ ଆଉ ୬ ମାସକୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟରେ ଜଣେ ପୁଲିସ ଡିଜି ପଦରେ ଅନ୍ୟୁନ ୨ ବର୍ଷ ରହିବେ । ଅଭୟ ୨୦୧୯ ଡିସେମ୍ବରରେ ଯୋଗ ଦେଇଥିଲେ । ତାଙ୍କ ଜନ୍ମ ତାରିଖ ୩୦.୬.୧୯୬୧ ଉଲ୍ଲେଖ ରହିଛି । ଏଣୁ ସେ ୨୦୨୧ ଜୁନ ମାସରୁ ଅବସର ଗ୍ରହଣ କରିଥାନ୍ତେ ସେତେବେଳକୁ ଡିଜି ପୋଲିସ ଭାବେ ତାଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେଉଥିଲା, ଯାହା କେନ୍ଦ୍ରୀୟ ନିୟମାବଳୀକୁ ବିରୁଦ୍ଧାଚାରଣକରିବ । ଏଣୁ ସରକାର ତାଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ଅଭୟଙ୍କ କାର୍ଯ୍ୟକାଳ ୨ ବର୍ଷ କରିବା ସହ ଅଧିକ ୬ ମାସ ବୃଦ୍ଧି କରିଛନ୍ତି । ଏବେ ସେ ୨୦୨୧ ଜୁନ ମାସ ବଦଳରେ ଡିସେମ୍ବରରେ ଅବସର ନେବେ । ଅର୍ଥାତ ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଭୟ ରାଜ୍ୟ ପୁଲିସ ଡିଜି ଭାବେ ରହିବେ । ଉଲ୍ଲେଖଯୋଗ୍ୟ, ୨୦୧୯ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଡିଜି ଭାବରେ ନିଯୁକ୍ତି ମିଳିଥିଲା । ସେ ଡିସେମ୍ବର ୯ ତାରିଖରେ ଦାୟିତ୍ୱ ନେଇଥିଲେ ।