ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର କହିଛନ୍ତିଯେ, ପୁରୀ ଶ୍ରୀମନ୍ଦିରକୁ କେବଳ ସେବାୟତମାନେ ହିଁ ଯାଇପାରିବେ । ସେବାୟତମାନେ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ପାଇବେ । ତେବେ ଆସନ୍ତାକାଲି ଠାରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ସୂଚନାଯୋଗ୍ୟଯେ, କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିରରେ ମଧ୍ୟ କେତେକ କଟକଣା ଲଗା ଯାଇଥିଲା । ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ଯାଉଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ବହୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆସନ୍ତା ଦୁଇ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ଗତ କିଛି ଦିନ ଧରି ମଧ୍ୟ ଶ୍ରୀମନ୍ଦିରରେ ଭିଡ଼ କମ ରହିଥିଲା । ଏପରିକି ହୁଣ୍ଡିରୁ ମିଳୁଥିବା ଦାନ ଅର୍ଥ ପ୍ରାୟ ୮୦% ହ୍ରାସ ପାଇଯାଇଥିଲା ।