ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିବା ବହୁତ ଜରୁରୀ, ଜାଣନ୍ତୁ ଏହାର ରହସ୍ୟ

ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିବା ବହୁତ ଜରୁରୀ, ଜାଣନ୍ତୁ ଏହାର ରହସ୍ୟ

ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିବା ବହୁତ ଜରୁରୀ, ଜାଣନ୍ତୁ ଏହାର ରହସ୍ୟ
ଗୋଟେ ସମୟ ଥିଲା ଯେତେବେଳେ ପୁଅ ଓ ଝିଅଙ୍କ ପାଇଁ ବାହାଘର ଖୋଜା ଯାଉଥିଲା ପ୍ରଥମେ ସେମାନଙ୍କର ବୟସ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଯାଉଥିଲା। ବର ଓ କନିଆ ମଧ୍ୟରେ ବୟସର ବ୍ୟବଧାନ ରହୁ ବୋଲି ପରିବାରର ଗୁରୁଜନମାନେ ଚାହୁଁଥିଲେ। ଯଦିଓ ଆଜି ବି ପ୍ରସ୍ତାବ ଖୋଜିବା ସମୟରେ ବୟସ ଉପରେ ପ୍ରଥମେ ନଜର ଦିଆଯାଏ କିନ୍ତୁ ତାହା ଏବେ ବାଧ୍ୟତାମୂଳକ ନୁହେଁ। ପ୍ରାୟତଃ ବର କନିଆଠାରୁ ୫-୬ବର୍ଷ ବୟସରେ ବଡ ହୋଇଥାନ୍ତି। ମାତ୍ର ବହୁତ ଲୋକଙ୍କୁ ଏହି କଥା ଜଣା ନାହିଁ ଯେ ବର କନିଆଠାରୁ ବୟସରେ ବଡ ହେବା କାହିଁକି ଜରୁରୀ। ପ୍ରଥମତଃ ସ୍ବାମୀଠାରୁ ସ୍ତ୍ରୀ ଯେମିତି ବଡ଼ ନଦେଖାଯାଉ ସେହି କାରଣରୁ ପରିବାର ସଦସ୍ୟ ଝିଅଠାରୁ ୫-୬ ବର୍ଷ ବଡ଼ ଥିବା ପୁଅ ସହିତ ବିବାହ କରିଥାନ୍ତି। ସତ କଥା ହେଲା କି ଝିଅମାନେ ପୁଅଙ୍କଠାରୁ ଅଧିକ ବୁଦ୍ଧିମତୀ ଅଥବା ପୂର୍ଣ୍ଣ ବିକଶିତ ହୋଇଥାନ୍ତି। ଏମିତିରେ ଯଦି ଦୁଇ ଜଣଙ୍କର ବୟସ ସମାନ ହେବ ତେବେ ସେମାନଙ୍କ ଭାବନା ଜଣଙ୍କର ଅନ୍ୟ ଜଣଙ୍କ ସହିତ କେବେ ବି ମିଶିବନି। ଯେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ଅଧିକ ଥାଏ। ଯଦି ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥିବ ତେବେ ଘର ଗୃହସ୍ଥୀରେ ଛୋଟ ବଡ଼ କାମରେ ସେ ସାହାଯ୍ୟ କରିପାରିବ। ଯଦି ସମାନ ବୟସର ହେବେ ତାହାଲେ ସାହାଯ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିରହିବ । ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭାବୁକ ହୋଇଥାନ୍ତି। ଏମିତିରେ ମା’ ବାପା ସବୁବେଳେ ଚେ​ଷ୍ଟା କରିଥାନ୍ତି ତାଙ୍କ ଝିଅର ଜୀବନସାଥୀ ସବୁବେଳେ ତାକୁ ଭାବନାତ୍ମକୁ ରୂପରେ ସାହାରା ଦେବାରେ ସକ୍ଷମ ହେଉ।