ଶୀତତାପ ନିୟନ୍ତ୍ରିତ ଜୋତା

ଶୀତତାପ ନିୟନ୍ତ୍ରିତ ଜୋତା

ଶୀତତାପ ନିୟନ୍ତ୍ରିତ ଜୋତା
ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର ବାବଦରେ ସମସ୍ତେ ନିଶ୍ଚୟ ଜାଣିଥିବେ । ହେଲେ ଶୀତତାପ ନିୟନ୍ତ୍ରିତ ଜୋତା ସମ୍ପର୍କରେ ଖୁବ କମ୍ ଲୋକ ଅବଗତ ଥିବେ । ଜାପାନର ଏଇ ବିଶେଷ ଜୋତା ଏବେ ବିଶ୍ୱର ବିଭିନ୍ନ ନାମୀଦାମୀ ବଜାରରେ ବିକି୍ର ହେଉଛି । ଟୋକିଓସ୍ଥିତ ଏକ ନାମୀ କମ୍ପାନୀ ୨୦୧୩ରେ ଏହି ଏୟାର କଣ୍ଡିସନର ଜୋତା ତିଆରି କରିଥିବା ସ୍ୱତନ୍ତ୍ର ଭାବେ କର୍ମଜୀବୀ ଲୋକଙ୍କୁ ଦୃଷ୍ଟିରେ ରଖି ଏଇ ଜୋତା ତିଆରି କରାଯାଇଥିଲା ବୋଲି କମ୍ପାନୀ ମୁଖ୍ୟ କହିଥିଲେ । କେତେଜଣ ବ୍ୟକ୍ତି ଜୋତା ପିନ୍ଧିଲେ ସେମାନଙ୍କ ପାଦ ଖୁବ ଝାଳେଇବା ସହ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ସେମାନଙ୍କ ପାଇଁ ଏଇ ଜୋତା ଖୁବ ଭଲ କାମ କରେ । ଜୋତାର ତଳ ଭାଗରେ ଲାଗିଥିବା ଛୋଟ ଛୋଟ ଯନ୍ତ୍ରଗୁଡ଼ିକ ସହାୟତାରେ ଜୋତା ଭିତରକୁ ପବନ ଯାଆସ କରିବା ସହ ପାଦ ସମ୍ପୂର୍ଣ୍ଣ ଶୁଖିଲା ରହେ । ଯେତେ ଗରମ ହେଲେ ମଧ୍ୟ ଝାଳ ହୋଇନଥାଏ । ଓ ଦୁର୍ଗନ୍ଧ ବ୍ୟାପିବାର ଭୟ ନଥାଏ । ତେବେ ବର୍ଷାଦିନେ ଏଇ ଜୋତାକୁ ସତର୍କତାର ସହ ବ୍ୟବହାର କରନ୍ତୁ । ନଚେତ ଆପଣଙ୍କ ଦାମୀ ଜୋତା ଖରାବ ହେବାର ଆଶଙ୍କା ରହିଛି । ଏହି ଜୋତାର ମଲ୍ୟ ୭,୫୩୨ ଟଙ୍କା ରହିଥିବା ବେଳେ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଡିଜାଇନରେ ଉପଲବ୍ଧ ଝାଳ ଗନ୍ଧକୁ ସତର୍କ ରହୁଥିବା ଲୋକ ଏଇ ଶୀତତାପ ନିୟନ୍ତ୍ରିତ ଜୋତା ପିନ୍ଧିବାକୁ ନିଶ୍ଚୟ ଆଗ୍ରହୀ ହେବେ ।