ଜାମ୍ମୁ କାଶ୍ମୀର ଠାରୁ ଲଦାଖ ଅଲଗା ହେବ

ଜାମ୍ମୁ କାଶ୍ମୀର ଠାରୁ ଲଦାଖ ଅଲଗା ହେବ

ଜାମ୍ମୁ କାଶ୍ମୀର ଠାରୁ ଲଦାଖ ଅଲଗା ହେବ
ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଜାମ୍ମୁ-କାଶ୍ମୀର ପରିସ୍ଥିତିରେ ଲାଗି ରହିଥିବା ଅନିଶ୍ଚିତତା ଏକପ୍ରକାର ସ୍ପଷ୍ଟ ହୋଇଛି। ରାଜ୍ୟରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେମାବାର କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେବା ସହିତ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସୋମବାର ଏ ନେଇ ସଙ୍କଳ୍ପ ପ୍ରସ୍ତାବ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ବେ ଶାହ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଲାଗି ସଙ୍କଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ମଳିଛି। ରାଜ୍ୟରେ ଧାରା ୩୭୦ ହଟାଇବା ଲାଗି ସରକାର ବିଲ୍‌ ଆଣିବେ ବୋଲି ଶାହ ତାଙ୍କ ବିବୃତିରେ କହିଛନ୍ତି। ତେବେ ​‌ ସଙ୍କଳ୍ପ ପ୍ରସ୍ତାବ ଆଗତ ପରେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି। ଜାମ୍ମୁ କାଶ୍ମୀର ସମ୍ପର୍କରେ ରାଜ୍ୟସଭାରେ ଏକାଧିକ ପ୍ରସ୍ତାବ ଆଗତ ହୋଇଛି । ଧାରା ୩୭୦ ଉଚ୍ଛେଦ ପ୍ରସ୍ତବା ସହ ଅନେକ ପ୍ରସ୍ତାବ ଆଣିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଜାମ୍ମୁ କାଶ୍ମୀର ଠାରୁ ଲଦାଖକୁ ଅଲଗା କରାଯିବାକୁ ମଧ୍ୟ ପ୍ରସ୍ତାବ ଆଣିଛନ୍ତି ଅମିତ ଶାହା । ଲଦାଖକୁ ଅଲଗା କରି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।