ଜାଣନ୍ତୁ ସଫଳ ହେବାର ନିୟମ

ଜାଣନ୍ତୁ ସଫଳ ହେବାର ନିୟମ

 ଜାଣନ୍ତୁ ସଫଳ ହେବାର ନିୟମ
ପ୍ରତ୍ୟେକ କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେଉ କିମ୍ବା ମନ୍ଥର ଅବା ଶୀଘ୍ର ବେଗରେ, କିନ୍ତୁ କାର୍ଯ୍ୟଟି ସଫଳ ହେଉ ବୋଲି ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ଯେ କୌଣସି ଶୁଭ କାମର ଆରମ୍ଭ ପୂର୍ବରୁ ଭିନ୍ନ ଭିନ୍ନ ରାଷ୍ଟ୍ରର ଲୋକେ ସେମାନଙ୍କ ପାରମ୍ପରିକ ନିୟମରେ ଆଗେଇଥାନ୍ତି । ଜାପାନ ଓ ଚୀନର ଲୋକେ ପେଙ୍ଗଶୁଇ ନିୟମକୁ ପାଳନ କରୁଥିବା ବେଳେ ଆମେରିକାରେ ସେଠାକାର ପ୍ରାଚୀନ ପରମ୍ପରାକୁ ଏବେ ମଧ୍ୟ ଲୋକେ ଅନୁସରଣ କରୁଥିବାର ଦେଖାଯାଏ । ବ୍ରିଟେନର ଯେପରି ଜଣେ ମହିଳାଙ୍କ ପ୍ରଥମ ପ୍ରସବ ସେମାନଙ୍କ ବାପଘରେ ହେବାର ନିୟମ ରହିଛି । ଏକବିଂଶ ଶତାବ୍ଦୀରେ ସେଠାକାର କର୍ମଜୀବୀ ମହିଳାମାନେ ଏହି ନିୟମକୁ ପାଳନ କରୁଥିବାର ଦେଖାଯାଇଛି । ତେବେ, ଘରୁ ବାହାରିବା ପୂର୍ବରୁ କେତୋଟି ପଦକ୍ଷେପ ନେଲେ ପ୍ରତ୍ୟେକ କାର୍ଯ୍ୟ ଶୁଭ ଫଳ ଦେଇଥାଏ ବୋଲି ବାସ୍ତବିତଙ୍କ ମତ । ବିଭିନ୍ନ ପ୍ରାନ୍ତରେ ଏ ନେଇ ନାନାଦି ନିୟମ ପାଳନ କରାଯାଇଥାଏ । ଆମେରିକାର ଅଧିକାଂଶ ପ୍ରାନ୍ତରେ ଯଦି ସୋମବାର କୌଣସି ବ୍ୟକ୍ତି କାର୍ଯ୍ୟର ଶୁଭାରମ୍ଭ କରନ୍ତି, ତେବେ ସେମାନେ ଦର୍ପଣରେ ନିଜ ମୁହଁ ଦେଖି ଯିବା ଉଚିତ ମଣନ୍ତି । ସେଠା ଲୋକଙ୍କ ପାଇଁ ଏହା ଶୁଭ ପ୍ରତୀକ । ଭାରତୀୟମାନେ ଶୁଭ କାର୍ଯ୍ୟକୁ ଯିବା ପୂର୍ବରୁ ଦହି କିମ୍ବା ଗୁଡ଼ ଖାଇ ଯିବାକୁ ଶୁଭ ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି । ନାଇଜେରିଆ ଲୋକେ କନ୍ୟାର ବିବାହ ସ୍ଥିର କରିବା ପୂର୍ବରୁ ଧନିଆ ପତ୍ର ଖାଇବା ସେମାନଙ୍କ ପାଇଁ ଶୁଭ ପ୍ରତୀକ । ଭାରତୀୟ ପଣ୍ଡିତଙ୍କ ମତାନୁସାରେ ଗୁରୁବାର ଶୁଭ କାମକୁ ଯିବା ପୂର୍ବରୁ ହଳଦୀ ରଙ୍ଗର ପୋଷାକ ପିନ୍ଧିଲେ ସଫଳ ହେବା ସୁନିଶ୍ଚିତ ।