ଜଳାଶୟ ତିଆରି କରିପାରେ ଗୋଲିୟଥ୍ ବେଙ୍ଗ

ଜଳାଶୟ ତିଆରି କରିପାରେ ଗୋଲିୟଥ୍ ବେଙ୍ଗ

ଜଳାଶୟ ତିଆରି କରିପାରେ ଗୋଲିୟଥ୍ ବେଙ୍ଗ
ବିଶ୍ୱର ବୃହତମ ବେଙ୍ଗ ଭାବେ ବିବେଚିତ ହେଉଥିବା ଦକ୍ଷିଣ ଆଫି୍ରକାର ଗୋଲିୟଥ ଜାତିର ବେଙ୍ଗ ବିଷୟରେ ଏକ ନୂତନ ତଥ୍ୟ ‘ନ୍ୟାଚୁରାଲ ହିଷ୍ଟି୍ର’ ପ୍ରକାଶ କରିଛି । ଏହି ଜାତିର ବେଙ୍ଗ ଅଣ୍ଡାର ସୁରକ୍ଷା ପାଇଁ ଛୋଟ ଜଳାଶୟ ତିଆରି କରନ୍ତି । ଏହା ସହିତ ଅନ୍ୟ ବେଙ୍ଗକୁ ଶିକାରୀଠାରୁ ବଞ୍ଚାଇବା ପାଇଁ ପାଣିରେ ଫେଣ ସୃଷ୍ଟି କରନ୍ତି । ବର୍ଲିନର ପ୍ରଫେସର ମାର୍ବିନ ସେଫର ଏହାର ଅନୁଧ୍ୟାନ କରିବା ସକାଲେ ଏକ ଟାଇମ ଲାପସ କ୍ୟାମେରାକୁ ଗୋଲିୟଥ ବେଙ୍ଗ ରହୁଥିବା ସ୍ଥାନ ରଖିଥିଲେ । ବେଙ୍ଗମାନେ ଅଣ୍ଡା ଦେବା ପୂର୍ବରୁ ପାଣିରୁ ବାହାରି ଏକ ସନ୍ତସନ୍ତିଆ ସ୍ଥାନରେ ଛୋଟ ଜଳାଶୟ ତିଆରି କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଜଳାଶୟ ପାଇଁ ଗାତ ଖୋଳିବାରେ ବେଙ୍ଗଟି ନିଜ ପଛ ଦୁଇ ଗୋଡ଼ ବ୍ୟବହାର କରିଥିଲା । ଏପରିକି ଦେଖାଯାଇଥିଲା, ଗାତ ଖୋଳିବା ସମୟରେ ବାଟରେ ଆସୁଥିବା ଦୁଇ କିଲୋଗ୍ରାମ ଓଜନର ପଥରକୁ ବେଙ୍ଗଟି ସହଜରେ ଠେଲି ଦେଉଥିଲା । କୌଣସି ବିପଦ ଦେଖାଗଲେ, ଗୋଲିୟଥ ବେଙ୍ଗ ଫେଣ ବାହାର କରି ନିଜ ଅଣ୍ଡା, ଅନ୍ୟ ବେଙ୍ଗ ଓ ଛୋଟ ଜଳଜୀବକୁ ରକ୍ଷା କରିଥାନ୍ତି । ଗବେଷକଙ୍କ ମତରେ, ଆଫି୍ରକାର ବୁଲ୍ ଫ୍ରଗ୍ ମଧ୍ୟ ନିଜ ଅଣ୍ଡାକୁ ସୁରକ୍ଷା ରଖିବା ପାଇଁ ଏହିପରି ଜଳାଶୟ ଖୋଳିଥାନ୍ତି । ତେବେ ଆଫି୍ରକାର ଗୋଲିୟଥ ଜାତିର ବେଙ୍ଗ ପ୍ରାୟ ୩.୩ କିଲୋ ଓଜନ ପର୍ଯ୍ୟନ୍ତ ବଢ଼ିପାରନ୍ତି । ଏହି ଜାତିର ବେଙ୍ଗକୁ ଶିକାର କରାଯାଉଥିବା କାରଣରୁଏମାନଙ୍କ ସଂଖ୍ୟା କମିବାକୁ ଲାଗିଲାଣି ।