ପ୍ରେମିକ ସହ ମିଶି ନିଜ ଘରେ କଳାକନା ବୁଲାଇଲେ ଯୁବତୀ

ପ୍ରେମିକ ସହ ମିଶି ନିଜ ଘରେ କଳାକନା ବୁଲାଇଲେ ଯୁବତୀ

ପ୍ରେମିକ ସହ ମିଶି ନିଜ ଘରେ କଳାକନା ବୁଲାଇଲେ ଯୁବତୀ
ମୁମ୍ବାଇ : ମୁମ୍ବାଇର ଓଶିଓ୍ବାରା ଅଞ୍ଚଳରେ ପୋଲିସ୍ ଜଣେ ଝିଅକୁ ନିଜ ଘରୁ ୧୯ ଲକ୍ଷ ଟଙ୍କା ସହିତ ଗହଣା ଚୋରି କରିବା ଅଭିଯୋଗରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ୨୧ ବର୍ଷୀୟ ଉଜ୍ମା କୁରୈଶୀ ନିଜ ବୟଫ୍ରେଣ୍ଡ ସହିତ ମିଶି କରି ଏପରି ଏକ କାଣ୍ଡ ଘଟାଇଥିଲେ । ଉଜ୍ମାର ବୟଫ୍ରେଣ୍ଡ୍ ୩୧ ବର୍ଷୀୟ ଚରନଦୀପ୍ ସିଂହ ଅରୋରା ଜଣେ ପିଟି ଟିଚର୍ । ଜୁଲାଇ ୩୦ ତାରିଖରେ ଉଜ୍ମା ଅଚାନକ ଗାୟବ ହୋଇଯାଇଥିଲେ । ଏହାପରେ ଉଜ୍ମା ନିଖୋଜ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ତାଙ୍କ ପିତା । ତେବେ ତାଙ୍କ ଝିଅ ନିଖୋଜ ନ ହୋଇ ବରଂ ତାଙ୍କ ପ୍ରେମୀ ସହିତ ଫେରାର୍ ହୋଇଥିବାର ସନ୍ଦେହ କରିଥିଲେ ।ଉଜ୍ମାଙ୍କ ବିରୋଧରେ ତାଙ୍କ ପିତା ପୋଲିସ୍ରେ ଏତଲା ଦେଇଥିଲା। ପୋଲିସ୍ ଆଇପିସିର ଧାରା ୩୭୯, ୪୦୬. ୪୧୧ ଓ ୩୪ ଧାରା ଅନ୍ତର୍ଗତ ମାମଲା ଦାଏର କରିଥିଲେ ।