ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ

ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ

ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ
ନୂଆଦିଲ୍ଲୀ: ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ଭାବେ ପରିଗଣିତ ହୋଇଛି । ମାର୍ଚ୍ଚରେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ ଗୋଟିଏ ମାସରେ ସର୍ବାଧିକ, ସର୍ବନିମ୍ନ ଓ ସ୍ୱାଭାବିକ ତାପମାତ୍ରା ଆଦି କ୍ଷେତ୍ରରେ ୨୦୨୧ ମାର୍ଚ୍ଚ ଉତ୍ତପ୍ତ ମାସ ହୋଇଛି । ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ସର୍ବନିମ୍ନ ୧୯.୯୫ ଓ ସ୍ୱାଭାବିକ ୨୬.୩୦ ଡିଗ୍ରୀ ସେଲସିୟସ ରହିଥିଲା । କିନ୍ତୁ ଏହି ସମୟରେ ଦେଶରେ ସର୍ବାଧିକ ହାରାହାରି ତାପମାତ୍ରା ୩୧.୨୪, ସର୍ବନିମ୍ନ ୧୮.୮୭ ଓ ସ୍ୱାଭାବିକ ତାପମାତ୍ରା ୨୫.୦୬ ଡିଗ୍ରୀ ସେଲସିୟସ ରହିବା କଥା । ୧୯୮୧ ରୁ ୨୦୧୦ ମଧ୍ୟରେ ଜଳବାୟୁ ବିଜ୍ଞାନକୁ ଆଧାର କରି ଏହା କୁହାଯାଇଛି ।