‘ସତ୍ତେ ପେ ସତ୍ତା’ ରେ ଅନୁଷ୍କା

‘ସତ୍ତେ ପେ ସତ୍ତା’ ରେ ଅନୁଷ୍କା

କିଛି ଦିନ ପୂର୍ବେ ବଲିଉଡ଼ରେ ଚର୍ଚ୍ଚା ଚାଲିଥିଲା ଲୋକପି୍ରୟ ପ୍ରଯୋଜକ ତଥା ନିଦେ୍ର୍ଧଶକ ଫାରହ ଖାନ ଅଭିନେତା ହି୍ରତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ଫିଲ୍ମ କରିବେ । ସେହି ଫିଲ୍ମ ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସତ୍ତେ ପେ ସତ୍ତା’ ରିମେକ ହୋଇପାରେ । କିନ୍ତୁ ଫାରହ ଉଠିଥିବା ଖବରରେ ପୂର୍ଣ୍ଣଚ୍ଛେଦ ପକାଇ ହି୍ରତିକ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଫାଇନାଲ କରିଛନ୍ତି । ସେମାନେ ଦୁହେଁ ଅଭିନୟ କରିବା ପାଇଁ ଫିଲ୍ମରେ ସାଇନ କରିସାରିଲେଣି । ହେଲେ ଫିଲ୍ମର ନାମ ଫାରାହ ଘୋଷଣା କରିନାହାନ୍ତି । ସବୁଠାରୁ ବଡ଼ ଖବର ହେଲା ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ରୋହିତ ସେଟ୍ଟି । ଖବର ମିଳିଛି, ଫାରହ ଅଭିନେତ୍ରୀ ଦୀପିକାଙ୍କୁ ନେବାକୁ ଚାହିଁଥିଲେ କିନ୍ତୁ ରୋହିତଙ୍କ ପସନ୍ଦ ଅନୁଷ୍କା ଥିଲେ । ଶେଷରେ ପ୍ରଯୋଜକଙ୍କ ଫାଇନାଲ ହୋଇଥିଲା । ସୁଟିଂ କାର୍ଯ୍ୟ ୨୦୨୦ ରେ ଆରମ୍ଭ ହୋଇ ୨୦୨୧ ରେ ଫିଲ୍ମଟି ମୁକ୍ତିଲାଭ କରିବ । ଫାରହା ଓ ରୋହିତଙ୍କ ମିଳିତ ଫିଲ୍ମ ଖବର ଚଳଚ୍ଚିତ୍ର ପ୍ରେମୀଙ୍କୁ କିଛି ଦୃଶ୍ୟ ବିଦେଶରେ ମଧ୍ୟ ସୁଟିଂ ହୋଇପାରେ । ହେଲେ ଅଭିନେତା ହି୍ରତିକ ଏହି ବିଷୟରେ କିଛି ସୂଚନା ଦେଇ ନାହାନ୍ତି । ଚଳିତ ବର୍ଷ ତାଙ୍କ ଫିଲ୍ମ ‘ୱାର’ ବକ୍ସ ଅଫିସରେ ହିଟ୍ ହୋଇଛି । ସେହିପରି ଅନୁଷ୍କାଙ୍କ ଫିଲ୍ମ ‘ଜିରୋ’ ସେତେଟା ସଫଳ ହୋଇନଥିଲା । କିନ୍ତୁ ସତ୍ତା ପେ ସତ୍ତା ଫିଲ୍ମ ମାଧ୍ୟମରେ ପୁଣି ବଲିଉଡ଼ରେ ନିଜ ସତ୍ତାକୁ ମହଜୁଦ୍ କରାଇବେ ବୋଲି ଅନୁଷ୍କାଙ୍କ ଫ୍ୟାନ୍ମାନେ ପ୍ରକାଶ କରିଛନ୍ତି ।