ଖରାଦିନିଆ ଫଳ
ଖରାଦିନିଆ ଫଳ
admin
May 15, 2019 - 06:04
Updated: May 15, 2019 - 06:04
ଖରାଦିନେ ଗରମ ଯୋଗୁ କଷ୍ଟ ଲାଗୁଥିଲେ ବି ଏହି ଋତୁଟି ବିଭିନ୍ନ ସ୍ୱାଦିଷ୍ଟ ଫଳ ପ୍ରଦାନ କରିଥାଏ । ଏହି ଫଳଗୁଡିକ ଜଳୀୟ ଅଂଶରେ ଭରପୂର ହୋଇଥିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଖରାଦିନେ ମିଳୁଥିବା କେତେକ ଫଳ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ବି ସହାୟକ ହୋଇଥାଏ । କେବଳ ଔଷଧ ଖାଇ ରକ୍ତଚାପ ନିୟନ୍ତ୍ରଣ କରିବା ଉଚିତ ନୁହେଁ, ଏହା ସହିତ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତନ କରିବା ନିହାତି ଜରୁରୀ ।
ତରଭୁଜ: ସ୍ୱାଦ ସହିତ ପୋଷକ ତତ୍ୱରେ ଏହା ଭରପୂର । ଖରାଦିନେ ପ୍ରତିଦିନ ତରଭୁଜ ଖାଇପାରିବେ । ଏଥିରେ ଜଳୀୟ ଅଂଶ ଭରପୂର ଥାଏ । ତେଣୁ ଶରୀରର ଜଳଶୁଷ୍କତା ଦୂର କରିବା ସହ ଭୋକ ଅନୁଭବ କରାଏ ନାହିଁ । ତରଭୁଜରେ ପଟାସିୟମର ପରିମାଣ ଅଧିକ ଥିବାରୁ ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ । ସ୍ୱାସ୍ଥ୍ୟ ଉପକାରୀ ଆଂଟିଅକ୍ସିଡାଂଟ ଏବଂ ଭିଟାମିନ ସି ମଧ୍ୟ ଏହି ଫଳରେ ପ୍ରଚୁର ପରିମାଣରେ ଅଛି ।
ଆମ୍ବ: ଖରାଦିନ ଫଳର ରାଜା ଆମ୍ବର ଋତୁ । ଆମ୍ବ ଖାଇବାକୁ ଭଲପାଉଥିବା ଲୋକମାନେ ଖରାଦିନକୁ ଚାହିଁ ବସିଥାନ୍ତି । ଏଥିରେ ପଟାସିୟମ ଥିବାରୁ ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ଲାଗି ଖୁବ ଭଲ । ପାଚିଲା ଆମ୍ବର ସେକ ସ୍ମୁଦି ଆଦି ପ୍ରସ୍ତୁତ କରି ଖାଇବେ । ଖାଲିରେ ପାଚିଲା ଆମ୍ବ ଖାଇବା ମଧ୍ୟ ଖୁବ ସ୍ୱାଦିଷ୍ଟ ହୋଇଥାଏ ।
କଦଳୀ: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଲାଗି ପୋଟାସିୟମର ଭୂବିକା ଖୁବ ଗୁରୁତ୍ୱପୂର୍ଣ୍ଣ । କଦଳୀରେ ଏହା ପ୍ରଚୁର ପରିମାଣରେ ରହିଛି । ଏହା ମଧ୍ୟ ସବୁ ସମୟରେ ଏବଂ ସୁଲଭ ମୂଲ୍ୟରେ ମିଳିଥାଏ ।
ଷ୍ଟ୍ରବେରୀ: ଲାଲ ରଙ୍ଗର ଷ୍ଟ୍ରବେରୀ ଦେଖିଲେ ହିଁ ଖୁସି ଲାଗେ । ଏହାର ସ୍ୱାଦ ମଧ୍ୟ ଖୁବ ଚମକôାର । ଏହାର ସେକ କିମ୍ବା ସସ ପ୍ରସ୍ତୁତ କରି ନଚେତ ଖାଲିରେ ଏହି ଫଳ ଖାଇହେବ । ଆଂଟିଅକ୍ସିଡାଂଟ, ଭିଟାମିନ ସି ଏବଂ ଓମେଗା-୩ ଫ୍ୟାଟି ଏସିଡ ସହିତ ଏଥିରେ ପଟାସିୟମ ବି ପର୍ଯ୍ୟାପ୍ତ ପରିମାଣରେ ଅଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ ।
କିୱି: ଏହା ଏକ ସ୍ୱାଦିଷ୍ଟ ଫଳ ଯାହା ହଜମକି୍ରୟା ଠିକ ରଖିବା ସହିତ ରୋଗ ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହା ସହିତ ଚର୍ମକୁ ମଧ୍ୟ ସୁସ୍ଥ ରଖେ । ଦିନକୁ ଅତି ବେଶୀରେ ତିନୋଟି କିୱି ଖାଇପାରିବେ । ଏହା ଉଚ୍ଚଚାପ ସହିତ ଷ୍ଟ୍ରୋକ ହୃଦଘାତ ଆଦି ସ୍ୱାସ୍ଥ୍ୟ ସମସ୍ୟା ରୁ ସୁରକ୍ଷିତ ରଖିଥାଏ ।
ଉଚ୍ଚରକ୍ତଚାପ ନିୟନ୍ତ୍ରଣର ଆଉ କେତେକ ଉପାୟ:
ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଅତିକମରେ ୩୦ ମିନିଟ ବ୍ୟାୟାମ କରନ୍ତୁ ।
ଟେନସନରୁ ଯଥାସମ୍ଭବ ଦୂରେଇ ରହିବା ଲାଗି ଧ୍ୟାନ କରନ୍ତୁ ।
ଲୁଣ ଖାଇବା କମାଇବା ଜରୁରୀ ।
ଧୂମପାନ ଏବଂ କେଫିନ( ଚା ଓ କଫି)ରୁ ଦୂରେଇ ରହନ୍ତୁ ।