୪୦ ଘଣ୍ଟା ଧରି ଜଳିବ ମାଟି ଦୀପ
୪୦ ଘଣ୍ଟା ଧରି ଜଳିବ ମାଟି ଦୀପ
admin
Nov 3, 2020 - 07:45
Updated: Nov 3, 2020 - 07:45
ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାରି । ଛତିଶଗଡ଼ର କୋଣ୍ଡଗାଓଁରେ ରହୁଥିବା ମୂର୍ତ୍ତିକାର ଅଶୋକ ଚକ୍ରଧାରୀ ଦୀପାବଳି ଉପଲକ୍ଷେ କ୍ରମାଗତ ଭାବେ ୨୪-୪୦ ଘଣ୍ଟା ଧରି ଜଳିବା ଭଳି ସ୍ୱତନ୍ତ୍ର ମାଟି ଦୀପ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ତାର ଦାମ ସେ ୨୦୦ ରୁ ୨୫୦ ଟଙ୍କା ରଖିଛନ୍ତି । ପ୍ରତିଦିନ ସେ ଏପରି ୫୦-୬୦ଟି ଦୀପ ପ୍ରସ୍ତୁତ କରୁଥିବା ବେଳେ ତାକୁ କିଣିବା ଲାଗି ଲୋକମାନେ ପ୍ରବଳ ଆଗ୍ରହ ଦେଖାଉଛନ୍ତି । ଏଥିପାଇଁ ତାଙ୍କୁ ନ୍ୟାସନାଳ ମେରିଟ ଆୱାର୍ଡ ମଧ୍ୟ ମିଳିଛି । ସାଧାରଣତଃ ମାଟିରେ ତିଆରି ଦୀପ ୩-୪ ଘଣ୍ଟା ଯାଏ ଜଳିଥାଏ । ତା ପରେ ସେଥିରେ ବାରମ୍ବାର ତେଲ ଭର୍ତ୍ତି କରିବାକୁ ପଡେ଼ । ଅଶୋକ ତିଆରି କରିଥିବା ଦୀପରେ କିନ୍ତୁ ଏହି ସମସ୍ୟା ନାହିଁ । ସେଥିରେ ତେଲର ପ୍ରବାହ ଆପେ ଆପେ ହୋଇଯାଏ । ସେ ସମ୍ପର୍କରେ ସେ କହିଛନ୍ତି ‘ପ୍ରଥମେ ମୁଁ ମାଟିରେ ଦୀପ ତିଆରି କରେ । ତା ପରେ ଛୋଟ ପିମ୍ପା ଭଳି ଏକ ପାତ୍ରରେ ତେଲ ଭରି ତାକୁ ଓଲଟାଇ ଦୀପ ଉପରେ ଫିଟ କରିଦିଏ । ଉପରେ ଥିବା ପାତ୍ରରୁ ତେଲର ବୁନ୍ଦା ଟୋପା ଟୋପା ହୋଇ ଦୀପ ଉପରେ ପଡିଥାଏ । ଦୀପ ତେଲରେ ଭରିଗଲେ ତେଲ ବୋହିବା ବନ୍ଦ ହୋଇଯାଏ । ୩୫ ବର୍ଷ ତଳେ ଦେଖିଥିବା ଏକ ଦୀପର ଢ଼ାଞ୍ଚାରେ ମୁଁ ଏହାକୁ ପ୍ରସ୍ତୁତ କରିଛି ।’ ଲୋକମାନଙ୍କୁ ଏହା ଏପରି ପସନ୍ଦ ଆସୁଛି ଯେ ଫୋନ ମାଧ୍ୟମରେ ସେମାନେ ଦୀପ ପାଇଁ ଅଶୋକଙ୍କୁ ଅର୍ଡର ଦେଉଛନ୍ତି ।