ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି
ଭୁବନେଶ୍ୱର: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ହେବ ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ହେବ । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପୋଲିଂ ବୁଥକୁ ବାହାରି ଯାଇଛନ୍ତି ପୋଲିଂ କର୍ମଚାରୀ । ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହିତ ସମସ୍ତ ସାମଗ୍ରୀ ନେଇ ପୋଲିଂ କର୍ମଚାରୀ ସମସ୍ତ ମୁନିସିପାଲଟିରେ ପହଁଚି ଯାଇଛନ୍ତି । ଦୂର ସ୍ଥାନ ଗୁଡିକରେ ଆଜି ସୁଦ୍ଧା ପୋଲିଂ କର୍ମଚାରୀ ପହଁଚିଯିବେ ବୋଲି ପୋଲିଂ ଅଫିସର କହିଛନ୍ତି । ଏହି ପର୍ଯ୍ୟାୟରେ ୧୦ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ହଜାର ୯୨୨ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୬ଟି ଲୋକସଭା ଆସନ ପାଇଁ ୬୧ଜଣ ସାଂସଦ ପ୍ରାର୍ଥୀ ଓ ୪୨ଟି ବିଧାନସଭା ଆସନ ପାଇଁ ୪୭୧ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା ।