ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ
ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ ଉନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି, ତାଙ୍କର କାଡିଓ ଭାସ୍କୁଲାର ସମସ୍ୟା ରହିଛି। ଆମେରିକା ସିଏନଏନ ରିପୋର୍ଟ ଅନୁଯାୟୀ କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କିମ୍‌ ଜୀବନ ପ୍ରତି ବିପଦ ରହିଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ଏହାଛଡ଼ା ମେଦ ବହୁଳତାଜନିତ ସମସ୍ୟା ମଧ୍ୟ ତାଙ୍କର ଥିଲା। ସିଏନଏନର କହିବା ଅନୁଯାୟୀ, କିମ୍‌ ଜୋଙ୍ଗଙ୍କୁ ଶେଷ ଥର ପାଇଁ ଏପ୍ରିଲ ୧୧ ତାରିଖ ଦେଖିବାକୁ ମିଳିଥିଲା। ତେବେ ଏ ନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଉତ୍ତର କୋରିଆରେ କିମ୍‌ ଜୋଙ୍ଗଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ।