ବିଗ୍ ବି ନେଲେ ବଡ ପଦକ୍ଷେପ

ବିଗ୍ ବି ନେଲେ ବଡ ପଦକ୍ଷେପ

ବିଗ୍ ବି ନେଲେ ବଡ ପଦକ୍ଷେପ
କରୋନା ଲକଡାଉନ ସମଗ୍ର ଦେଶବାସୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଏଭଳି ବିପତ୍ତିକୁ ସାମ୍ନା କରୁଥିବା ଫିଲ୍ମ ଶିଳ୍ପ ସହ ଜଡ଼ିତ ୧ ଲକ୍ଷ ଶ୍ରମିକଙ୍କୁ ରାସନ ଯୋଗାଇ ଦେବେ ମେଗାଷ୍ଟାର ଅମିତାଭ ବଚ୍ଚନ । ସୋନି ପିକଚର୍ସ ନେଟୱାର୍କ ପକ୍ଷରୁ ଏହି ସୂଚନା ମିଳିଛି । ବିଗ ବିଙ୍କ ଏପରି ପଦକ୍ଷେପକୁ ତାଙ୍କର ପ୍ରଶଂସକମାନେ ଖୁବ ପ୍ରଶଂସା କରିଛନ୍ତି । ଏହି ମହାବିପତ୍ତି ବେଳେ ବଲିଉଡର ବହୁ ସେଲିବ୍ରିଟି କରୋନା ମୁକାବିଲା ପାଇଁ ଦାନ ଦେଉଥିବା ବେଳେ ଅମିତାଭ ବଚ୍ଚନ ଏଥିରେ ସାମିଲ ହୋଇନଥିବାରୁ ଅନେକ ଏଥିପାଇଁ ତାଙ୍କୁ ଟ୍ରୋଲ କରିଥିଲେ । ବିଗ୍ ବି ମଧ୍ୟ ଏହାର ଜବାବରେ ଏକ କବିତା ଲେଖିଥିଲେ । କବିତା ଜରିଆରେ ସେ କହିଥିଲେ ଯେ ସେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ମାତ୍ର ଏ ସମ୍ପର୍କରେ ସେ ପ୍ରଚାର କରୁନାହାନ୍ତି । କିଛି ଲୋକ ଅଛନ୍ତି ଯିଏ ଦାନ ଦେଇ ପ୍ରଚାର କରନ୍ତି କିନ୍ତୁ ଦ୍ୱିତୀୟ ଶ୍ରେଣୀର ଲୋକେ ଦାନ ଦିଅନ୍ତି । ହେଲେ ଏହାର ପ୍ରଚାର କରନ୍ତି ନାହିଁ । ମୁଁ ସେଇ ଦ୍ୱିତୀୟ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ରହିବାକୁ ପସନ୍ଦ କରେ ।