ଏଠାରେ ମାନସିକ ପୂରଣ ହେଲେ ଦିଆଯାଏ ଉଡାଜାହାଜ

ଏଠାରେ ମାନସିକ ପୂରଣ ହେଲେ ଦିଆଯାଏ ଉଡାଜାହାଜ

ଏଠାରେ ମାନସିକ ପୂରଣ ହେଲେ ଦିଆଯାଏ ଉଡାଜାହାଜ
ମାନସିକ ପୂରଣ ହେଲେ ଜଣେ ବ୍ୟକ୍ତି କୌଣସି ଏକ ନିର୍ଦ୍ଧିଷ୍ଟ ବସ୍ତୁ କିମ୍ବା ଟଙ୍କାର ଭୋଗ ଲଗାଇବେ ବୋଲି ମନେମନେ ଚିନ୍ତା କରିଥାନ୍ତି । କିନ୍ତୁ ମାନସିକଧାରୀ ଉଡାଜାହାଜ ଚଢ଼ାଇବା ଖବର ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ପଞ୍ଜାବର ସହିଦ୍ ବାବା ନିହାଲ ସିଂହ ଗୁରୁଦ୍ୱାରରେ ଲୋକେ ବିଦେଶ ଯିବା ପାଇଁ ମାନସିକ କରନ୍ତି । ମାନସିକଧାରୀମାନେ ସେମାନଙ୍କ ମାନସିକ ପୂରଣ ହେବାମାତ୍ରେ ଏଠାରେ ଏକ ଖେଳନା ଉଡାଜାହାଜ ଛାଡି ଯାଇଥାନ୍ତି । ନିୟମିତ ଏଠାକୁ ୩୦ରୁ ୪୦ ଶ୍ରଦ୍ଧାଳୁ ଆସିଥାନ୍ତି । ରବିବାର ଦିନ ଏଠାରେ ଅଧିକ ଭିଡ ଥାଏ । ବିଷଶଷକରି ଆମେରିକା ଯିବାକୁ ଲକ୍ଷ୍ୟ ରଖିଥିବା ଶ୍ରଦ୍ଧାଳୁମାନେ ଏଠାକୁ ଅଧିକ ସଂଖ୍ୟାରେ ଆସିଥାନ୍ତି । ସବୁଠାରୁ ମଜାଦାର କଥାଟି ହେଉଛି, ଏହି ଗୁରୁଦ୍ୱାର ନିକଟରେ ଥିବା ଦୋକାନଗୁଡିକରେ ବ୍ରିଟିଶ ଏୟାରୱେଜ, ଏୟାର କାନାଡା ଆଦି ବିଦେଶୀ କମ୍ପାନୀର ଉଡାଜାହାଜ ମଧ୍ୟ ମିଳିଥାଏ । ଏହି ଗୁରୁଦ୍ୱାର ୧୫୦ ବର୍ଷ ପୁରୁଣା । ମନ୍ଦିରରେ ଚଢ଼ାଯାଉଥିବା ଖେଳଣା ଉଡାଜାହାଜଗୁଡିକ ଗୋଟିଏ ଦିନ ଏକାଠି କରାଯାଇ ଛୋଟ ପିଲାଙ୍କ ମଧ୍ୟରେ ବାଂଟି ଦିଆଯାଏ । ଏଠାକୁ ଆସୁଥିବା ମାନସିକଧାରୀଙ୍କର ବିଦେଶରେ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ।