ଚୀନ ମାନିଲାନି ଟ୍ରମ୍ପର କଟକଣା, ପୂର୍ବରୁ ପଠାଇଥିଲା ୪,୦୦,୦୦୦ ଲୋକ

ଚୀନ ମାନିଲାନି ଟ୍ରମ୍ପର କଟକଣା, ପୂର୍ବରୁ ପଠାଇଥିଲା ୪,୦୦,୦୦୦ ଲୋକ

ଚୀନ ମାନିଲାନି ଟ୍ରମ୍ପର କଟକଣା, ପୂର୍ବରୁ ପଠାଇଥିଲା ୪,୦୦,୦୦୦ ଲୋକ
କରୋନା ସଂକ୍ରମଣର ଭୟାବହତା ସମ୍ବନ୍ଧରେ ଚୀନ ବହୁ ବିଳମ୍ବରେ ସୂଚନା ପ୍ରଦାନ କରିଥିଲା । ଚୀନରେ ଏହି ସଂକ୍ରମଣ ଅସମ୍ଭାଳ ହେବା ପରେ ସେଠାକାର ସରକାର ଏହା ସମ୍ବନ୍ଧରେ ଘୋଷଣା କରିଥିଲେ । ଯାହାକି ବିଶ୍ୱକୁ ଭାରି ପଡ଼ିଛି । ଏହି ଘୋଷଣା ପରେ ଚୀନରୁ ଆମେରିକାକୁ ବିମାନ ଯାତାୟତ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲାଗୁ କରିଥିଲେ । ତଥାପି ସେହି ସମୟ ସୁଦ୍ଧା ପାଖାପାଖି ୧,୩୦୦ ରୁ ଊର୍ଦ୍ଧ୍ୱ ବିମାନ ଦ୍ୱାରା ଆମେରିକାର ୧୭ଟି ସହରକୁ ୪,୩୦,୦୦୦ ଲୋକ ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରୁ ହଜାର ହଜାର ସଂଖ୍ୟକ ଲୋକ ବାହୁଉଁରୁ ସିଧାସଳଖ ଆମେରିକାରେ ପହଞ୍ଚିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି । ନୂଆ ବର୍ଷ ଅବସରରେ ପହଞ୍ଚିଥିବା ଲୋକମାନଙ୍କର ବିମାନ ବନ୍ଦର ଠାରେ ପରୀକ୍ଷା କରିବା ନେଇ କଡ଼ା ବ୍ୟବସ୍ଥା ସେ ସମୟରେ ହୋଇନଥିଲା । ଜାନୁଆରୀ ଅଧା ସୁଧା ଚୀନ ଏହି ମହାମାରୀର ଭୟାବହତାକୁ ଗୁରୁତ୍ୱକୁ ଦେଇ ନଥିଲା । ଏପିରିକି ଚୀନରୁ ଆସୁଥିବା ଲୋକେ ସଂକ୍ରମଣ ବାହକ କି ନୁହେଁ ତାହା ଆମେରିକୀୟ ବିମାନ ବନ୍ଦରରେ ଯାଞ୍ଚ କରାଯାଇନଥିଲା । ଜାନୁଆରୀ ମଧ୍ୟ ଭାଗ ସୁଦ୍ଧା କେବଳ ବୁହାଉଁରୁ ଲସ ଆଞ୍ଜେଲସ, ସନ ଫ୍ରାନ୍ସିସ୍କୋ ଏବଂ ନ୍ୟୁୟର୍କ ଆସୁଥିବା ଅଳ୍ପ କିଛି ବିଦେଶ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ଜନ ହକିନ୍ସନ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁସାରେ ବିଶ୍ୱରେ ୧୨ ନିୟୁତରୁ ଊର୍ଦ୍ଧ୍ୱ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆମେରିକାରେ ଏପ୍ରିଲ ୪ ସୁଦ୍ଧା ୩,୧୧,୫୪୪ ଜଣ ସଂକ୍ରମିତ ହୋଇଛନ୍ତି । ଏହି ଭୂତାଣୁ କାରଣରୁ ଆମେରିକା ୮,୪୦୦ ଲୋକଙ୍କ ସମେତ ବିଶ୍ୱରେ ୬୪,୦୦୦ ଲୋକ ପ୍ରାଣ ହରାଇଛନ୍ତି ।