ଟିକା ପାଇଁ ଲାଗିପାରେ ଅନେକ ବର୍ଷ

ଟିକା ପାଇଁ ଲାଗିପାରେ ଅନେକ ବର୍ଷ

ଟିକା ପାଇଁ ଲାଗିପାରେ ଅନେକ ବର୍ଷ
ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ବିଶ୍ୱରେ ମାଡ଼ିବାରେ ଲାଗିଛି । ଏହାର ପ୍ରତିକାର ପାଇଁ କିଛି ରାଷ୍ଟ୍ରର ବୈଜ୍ଞାନିକ ଟିକା ଦୌଡ଼ ଜୋରଦାର କରିଛନ୍ତି । ବି୍ରଟେନର ଅକ୍ସଫୋର୍ଡ ୟୁନିଭରସିଟି, ଆମେରିକାର ମଡେର୍ଣ୍ଣା, ଚୀନର ସିନୋଭାକ ବାୟୋଟେକ ଭଳି କମ୍ପାନୀ ଏହି ଦୌଡ଼ରେ ବହୁ ଆଗରୁ ରହିଛନ୍ତି । ସମ୍ଭାବ୍ୟ କରୋନା ଟିକାର ମାନବ ପରୀକ୍ଷଣରୁ ସେମାନେ ସକାରାତ୍ମକ ଫଳ ପାଇଛନ୍ତି । ଖୁବଶୀଘ୍ର କରୋନା ଟିକା ବିଶ୍ୱବାସୀଙ୍କ ପାଇଁ ସଞ୍ଜୀବନି ସାଜି ଉଭା ହେବ ବୋଲି ଆଶା କରାଯାଉଛି । ଅନ୍ୟ ପକ୍ଷରେ ଟିକାର ବାସ୍ତବତାକୁ ଦେଖିଲେ କରୋନା ଭୂତାଣୁ ପାଇଁ ଯେ ଏତେ ଶୀଘ୍ର ଟିକା ବାହାରିଯିବ ଏବଂ ଲୋକମାନେ କରୋନାଠାରୁ ମୁକ୍ତି ପାଇବେ, ତାହା କଳ୍ପନା କରିବା ମୁସ୍କିଲ ହୋଇପଡ଼ୁଛି । କାରଣ ପୂର୍ବରୁ ଦେଖା ଦେଇଥିବା ମହମାରୀ ଗୁଡ଼ିକ ଲାଗି ଏତେ ଶୀଘ୍ର ବା ଏତେ ସହଜରେ ଟିକା ବିକାଶ ପାଇଁ ସର୍ବାଧିକ ୧୧୮ ବର୍ଷ ଏବଂ ଆଉ କିଛି ଟିକା ପାଇଁ ସର୍ବନିମ୍ନ ୯ ବର୍ଷ ସମୟ ଲାଗିଥିଲା । ତେଣୁ କରୋନା ଭଳି ଘାତକ ମହାମାରୀ ପାଇଁ ମାତ୍ର ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ଯେ ଟିକା ବାହାରିଯିବ, ତାହା ଭାବିଲା ବେଳକୁ ଅସମ୍ଭବ ମନେ ହେଉଛି । ତଥାପି ବୈଜ୍ଞାନିକମାନଙ୍କ ଦାବିକୁ ଦେଖି ସକାରାତ୍ମକ ଆଶା ରଖିବାକୁ ମଣିଷ ବାଧ୍ୟ ହେଉଛି ।