ଗୃହରେ କମ୍ପିଲେ ଯୁବ ନେତା, ଉଭୟ ପୂର୍ବ ବର୍ତ୍ତମାନ ସରକାରଙ୍କୁ ଦେଖାଇଲେ ଆଇନା
ଚାଲିଛି ବିଧାନସଭାର ଦ୍ବିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନ । ତେବେ ଏଥରର ଅଧିବେଶନ ବାସ୍ତବରେ ନିଆରା । ଦୀର୍ଘ 24 ବର୍ଷର ଶାସନକୁ ହଟାଇ ବିଜେପି ରାଜ୍ୟରେ ପ୍ରଥମ ଥର ନିଜ ଦମ୍ଭରେ ଗଢିଛି ସରକାର । ହେଲେ ବିରୋଧୀଙ୍କ ମୁଡ କିଛି କମ୍ ମୁହେଁ, ଖାସକରି କଂଗ୍ରେସର ନୂଆ, ଏବଂ ଯୁବ ବିଧାୟକଙ୍କ କଥା କହିବା । ହଁ ଆଜ୍ଞା ଆମେ କହୁଛୁ କଂଗ୍ରେସର ସାଗର ଦାସଙ୍କ କଥା ।ଗତ କାଲି (ମଙ୍ଗଳବାର ) ବିଧାନସଭାରେ ଦେଖିବାକୁ ମିଳିଥିଲା ସାଗର ଦାସଙ୍କର ପ୍ରକୃତ ରୂପ । ଚେହେରା ଥିଲା ନୂଆ, କିନ୍ତୁ ସମ୍ବେଦନଶୀଳ ପ୍ରଶଙ୍ଗକୁ ନେଇ ଉଭୟ ପୂର୍ବ ଏବଂ ବର୍ତ୍ତମାନର ସରକାରଙ୍କୁ ଆଇନା ଦେଖାଇଛନ୍ତି କଂଗ୍ରେସ ଏହି ଯୁବ ବିଧାୟକ ସାଗର ଦାସ । ଖାଲି ସେତିକି, ନୁହେଁ ବିକାଶ ନାଁରେ ଆଦିବାସୀଙ୍କର ଜମୀକୁ ନେଇ କାହା ସ୍ବାର୍ଥକୁ ଚରିତାର୍ଥ କରାଯାଉଛି ବୋଲି, ପ୍ରଶ୍ନ କରିଥିଲେ ।
ପୂର୍ବ ସରକାରକୁ ପ୍ରଶ୍ନ ବାଣରେ ଘେରିଲେ, ନୂଆ ସରକାରକୁ ଆଇନା ଦେଖାଇଲେ । ଶିଲ୍ପ ନାଁରେ ସରକାର ନେଇଥିବା ଜମୀ ଯେତେବେଳେ ଘରୋଇ କମ୍ପାନୀ ହାତକୁ ଟେକିଦେଲେ, ସେତେବେଳେ ଗରିବ ଆଦିସାସୀଙ୍କ ଉନ୍ନତି ପାଇଁ ଦିଆଯାଇଥିବା ପ୍ରତିସୃତି କେତେ ପାଳନ କରାଯାଇଛି ବୋଲି, ପୂର୍ବ ସରକାରକୁ ପ୍ରଶ୍ନପଚାରିବା ସହ ନୂଆ ସରକାର ଏମାନଙ୍କ ଉନ୍ନତି ପାଇଁ କେଉଁ ପଦକ୍ଷପ ନେବ ତାର ଉତ୍ତର ମାଗିଥିଲେ ଭବାନୀପାଟନା କଂଗ୍ରେସ ବିଧାୟକ ସାଗର ଦାସ ।