୨୪ ଘଣ୍ଟା ମୁତୟନ ରହିବେ ୨୯୫ ଅଗ୍ନିଶମ କର୍ମଚାରୀ

୨୪ ଘଣ୍ଟା ମୁତୟନ ରହିବେ ୨୯୫ ଅଗ୍ନିଶମ କର୍ମଚାରୀ

ଆଜି ଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଯାତ୍ରାର ସୁରକ୍ଷା ଦିଗ ଉପରେ ପୋଲିସ ଯେପରି ନଜର ଦେଇଛି ସେହିପରି ଢ଼ଙ୍ଗରେ ଅଗ୍ନିଶମ ବିଭାଗ ମଧ୍ୟ ବ୍ୟାପକ ଯୋଜନା ହାତକୁ ନେଇଛି । ୮ ଦିନ ଧରି ଚାଲିବାକୁ ଥିବା ଚଳିତବର୍ଷ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଯୋଜନା କରିଛି ରାଜ୍ୟ ଅଗ୍ନିଶମ ବିଭାଗ । ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ ମୁତୟନ ହେବେ ୨୯୫ ଜଣ ଅଗ୍ନିଶମ କର୍ମଚାରୀ । ଏହାଛଡ଼ା ୨୦ ଟି ଅଗ୍ନିଶମ ଗାଡି ମଧ୍ୟ ଉପଲବ୍ଧ ରହିବ । ଭିଡ଼ ମଧ୍ୟରେ ଯଦି କୌଣସି ଦୁର୍ଘଟଣା ଘଟେ ସେଥିପାଇଁ ଦୁଇ ଚକିଆ ଯାନ ମଧ୍ୟ ବ୍ୟବସ୍ଥା କରିଛି ଅଗ୍ନିଶମ ବିଭାଗ । ଯାହା ସଙ୍ଗେ ସଙ୍ଗେ ନିଆଁ କୁ ଆୟତ୍ତ କରି ପାରିବ । ସମ୍ପୂର୍ଣ୍ଣ ଯାତ୍ରାକୁ ସୁରକ୍ଷା ଦେବା ପାଇଁ ୭ ଟି ଫାୟାର ଷ୍ଟେସନ ରଖାଯାଇଛି । ଅପରାହ୍ନ ଚାରିଟା ପର ଠୁ ଭିଡ଼ ବଢିବ, ତେଣୁ ମୋଟ ୫୦ ଟି ଅଗ୍ନିଶମ ପୋଷ୍ଟ ଉଭୟ ପଡିଆରେ ରହିବ । ବୋଲି କହିଛନ୍ତି ଓଡିଶା ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ ।