ଚୋରି ମୋବାଇଲ ଜବତ କରିଛି କ୍ରାଇମବ୍ରାଞ୍ଚ

ଚୋରି ହୋଇଥିବା ବିପୁଳ ପରିମାଣର ମୋବାଇଲ ଫୋନ ଜବତ କରି ଲୋକଙ୍କୁ ଫେରାଇଛି କ୍ରାଇମବ୍ରାଞ୍ଚ। ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କୁ ୧୦୨ଟି ମୋବାଇଲ ଫେରାଇଛନ୍ତି । କେନ୍ଦ୍ର ସରକାରଙ୍କ Central Equipment Identity Register ସହାୟତାରେ ଚୋରି ହୋଇଥିବା ଏତେସବୁ ମୋବାଇଲ ଫୋନ ସଫଳତା ସହ ଜବତ କରାଯାଇଛି। ଚୋରି ହୋଇଥିବା ମୋବାଇଲ ଫୋନ ଲୋକଙ୍କୁ ଫେରେଇ ସେମାନଙ୍କ ମୁହଁର ହସ ଫୁଟେଇବା ହେଉଛି ମୂଳ ଲକ୍ଷ୍ୟ। ବର୍ତ୍ତମାନ ଚୋରି ହୋଇଥିବା ମୋବାଇଲ ଫୋନ୍ କ୍ରାଇମବ୍ରାଞ୍ଚ ସହଜ ଉପାୟରେ ଜବତ କରି ଲୋକଙ୍କ ଘରକୁ ଫୋନ୍ ପଠେଇ ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି ଯୋଗେନ୍ଦ୍ର ୱାଇ ବି ଖୁରାନିଆ।