ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ
ଭୁବନେଶ୍ୱର : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ ହାର ୭୨.୩୩ ପ୍ରତିଶତ ରହିଛି । ଚଳିତ ବର୍ଷ ୯୭,୭୫୦ ଜଣ ପିଲା ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୭୦,୭୧୬ ଜଣ ପିଲା ପାସ୍ ହୋଇଛନ୍ତି । ପରୀକ୍ଷାରେ ୪୦,୦୫୮ ଜଣ ଛାତ୍ର ପାସ କରିଥିବା ବେଳେ ୩୦,୬୪୮ ଜଣ ଛାତ୍ରୀ ପାସ୍ କରିଛନ୍ତି । ହାରାହାରି ଭାବେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ-୨୦,୮୦୬ ; ୨ୟ ଶ୍ରେଣୀ-୨୩,୯୦୪; ୩ୟ ଶ୍ରେଣୀ-୨୫,୩୬୦ ଜଣ ପାସ କରିଛନ୍ତି । ବାଲେଶ୍ୱର ଜିଲ୍ଲ ପାସ୍ ହାରରେ ସର୍ବାଧିକ ରହିଛି (୮୬.୫୬%) । ଗଜପତି ଜିଲ୍ଲା (୩୬.୨୦%) ସର୍ବନିମ୍ନ ପାସ ହାର ରହିଛି । ୯ଟି କଲେଜରେ ପାସ ହାର ଶୂନ ରହିଛି । ୨୯ଟି କଲେଜରେ ପାସ୍ ହାର ୧୦୦% ରହିଛି । ଆଜି ଦିନ ୧୨ ଟା ବେଳେ ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ଭବନରେ ପରୀକ୍ଷା ପ୍ରକାଶ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରକ୍ଷା ଫଳ ଉନ୍ମୋଚନ କରିଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୱେବସାଇଟରେ www.chesodisha.nic.in /www.orissaresults.nic.in ଉପଲବ୍ଧ ହୋଇଛି ।