୧୨ ଜିଲ୍ଲାର ୩୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ପଶ୍ଚିମ ଓଡିଶାର ଭଏସ ପାଲଟିଲେ
ସମ୍ବଲପୂର ଠାରେ ଭଏସ୍ ଅଫ୍ ୱେଷ୍ଟର୍ସ ଓଡ଼ିଶା ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବଲାଙ୍ଗୀର ଜିଲ୍ଲାର ଗୋବିନ୍ଦ ବାଗ ଯାଦବ ଚଳିତ ବର୍ଷର ଭଏସ୍ ଅଫ୍ ୱେଷ୍ଟର୍ସ ଓଡ଼ିଶା ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଚଳିତ ବର୍ଷ ପ୍ରତିଯୋଗିତା ୧୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥିରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର ସମେତ ବିଭିନ୍ନ ଜିଲ୍ଲାର ମୋଟ୍ ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣ ସଭାରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ମାଧବ ଡାଲମିଆ ଯୋଗଦାନ କରିଥିବା ବେଳେ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଦେବାଶିଷ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଆୟୋଜକ ରଂଗୋଲି ମ୍ୟୁଜିକ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ସଭାପତି ପବିତ୍ର ତ୍ରିପାଠୀ ଏବଂ ସାଧାରଣ ସଂପାଦକ ଭାଗିରଥୀ ସିଂଦେଓଙ୍କ ସମେତ ସଭ୍ୟମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ପଶ୍ଚିମ ଓଡ଼ିଶାରେ ଲୁକ୍କାୟିତ ଥିବା କଶ୍ଚଶିଳ୍ପୀଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବାକୁ ଅଭିନବ ପ୍ରୟାସ ପରିପ୍ରେକ୍ଷୀରେ ।