ବିଜେପିରୁ ଟିକେଟ୍ ପାଇ ବିଜେଡିରେ ମିଶିଲେ ତୁଷାରକାନ୍ତି

ବିଜେପିରୁ ଟିକେଟ୍ ପାଇ ବିଜେଡିରେ ମିଶିଲେ ତୁଷାରକାନ୍ତି

ବିଜେପିରୁ ଟିକେଟ୍ ପାଇ ବିଜେଡିରେ ମିଶିଲେ ତୁଷାରକାନ୍ତି
ଭୁବନେଶ୍ବର : କାକଟପୁର ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ସେ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ଆନନ୍ଦପୁରର ବିଜେପି ପ୍ରାର୍ଥୀ ଭାଗିରଥି ସେଠୀ ବିଜେଡ଼ିରେ ମିଶି ସାରିଥିବାବେଳେ ଆଜି କାକଟପୁରର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ମଧ୍ୟ ବିଜେଡ଼ିରେ ଯୋଗଦେଇଛନ୍ତି । କାକଟପୁରର ବିଜେପି ନେତା ତୁଷାରକାନ୍ତି ବେହେରାଙ୍କୁ ଦଳ ଟିକେଟ ଦେଇଥିଲା । ଗତ ନିର୍ବାଚନରେ ତୁଷାର ନିର୍ବାଚନ ଲଢ଼ି ୧୨ ହଜାରରୁ ଉଦ୍ଧ୍ୱର୍ ଭୋଟ ମଧ୍ୟ ପାଇଥିଲେ । କିନ୍ତୁ ଆଜି ସେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଅପରପକ୍ଷରେ ପୁଣି ବିଜେଡ଼ି ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିଜେଡ଼ିରୁ ତୁଷାର ଲଢ଼ିବାର ସମ୍ଭାବନା ନାହିଁ ।