ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା
ଭୁବନେଶ୍ବର : ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ରର ସହଯୋଗ ରହିବ ବୋଲି କହିଛନ୍ତି ମୋଦି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛି । କେନ୍ଦ୍ରକୁ ରାଜ୍ୟ ସରକାର ସମର୍ଥନ କରିବେ ବୋଲି ଆଶା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୦ଟା ୪୫ମିନିଟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ନବୀନଙ୍କ ଶପଥ ପରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ପାଠ କରିଛନ୍ତି।