ସ୍କୁଲ ପିଲାଙ୍କୁ ପାରେଡରେ ସ୍ଥାନ ନ ମିଳିବାରୁ ସରକାରଙ୍କୁ ବିଜେପି କଲା ପ୍ରଶ୍ନ

ସ୍କୁଲ ପିଲାଙ୍କୁ ପାରେଡରେ ସ୍ଥାନ ନ ମିଳିବାରୁ ସରକାରଙ୍କୁ ବିଜେପି କଲା ପ୍ରଶ୍ନ

ସ୍କୁଲ ପିଲାଙ୍କୁ ପାରେଡରେ ସ୍ଥାନ ନ ମିଳିବାରୁ ସରକାରଙ୍କୁ ବିଜେପି କଲା ପ୍ରଶ୍ନ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପରମ୍ପରା ଭଙ୍ଗ ନିଷ୍ପତ୍ତି ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଛି । ପରମ୍ପରା ଭଙ୍ଗ ନିଷ୍ପତ୍ତି ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସରକାର କଣ ପାଇଁ ପରମ୍ପରା ଭଙ୍ଗ କରିବାକୁ ଯାଉଛନ୍ତି ସେ ନେଇ ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସ୍କୁଲ ପିଲାମାନଙ୍କୁ କଣ ପାଇଁ ସରକାର ପରେଡରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିଆ ହୋଇ ପାରିବେନି ବୋଲି ଏକଥା କରାଯାଉଛି କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ପରେଡ ବଦଳରେ କେବଳ ୪ଟି ଗ୍ରୁପରେ ସାଙ୍କେତିକ ସଲାମୀ କାହିଁକି ବାଲି ସେ ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ଗାନ୍ଧି ମାର୍ଗ ବଦଳରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ତେବେ ଏଥର ରାଜ୍ୟସ୍ତରୀୟ ପରେଡରେ ମୋଟ ୪ଟି ଟ୍ରୁପ ଭାଗ ନେବେ ବୋଲି ଟ୍ୱିନ ସିଟି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୁଲିସ, ସେଣ୍ଟ୍ରାଲ ଆର୍ମଡ ପୁଲିସ ଏବଂ ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ ପରେଡରେ ଭାଗ ନେବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜାତୀୟ ଶୈଳୀରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଯୋଜନା କରାଯାଇଛି । ସେଥିପାଇଁ ପରେଡ୍‌ ସ୍ଥାନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହା ସହିତ କିଛି ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପରଡେ୍‌କୁ ଦେଖି ପାରିବେ । କେବଳ ପୋଲିସ ଫୋର୍ସ ପରେଡ୍‌ ଭାଗ ନେଇ ପାରିବେ ।