କଂଗ୍ରେସ ର ନିର୍ବାଚନ ଇସ୍ତାହାର ଘୋଷଣା

କଂଗ୍ରେସ ର ନିର୍ବାଚନ ଇସ୍ତାହାର ଘୋଷଣା

କଂଗ୍ରେସ ର ନିର୍ବାଚନ ଇସ୍ତାହାର ଘୋଷଣା
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତହାର ଘୋଷଣା କରାଯାଇଛି । ଇସ୍ତାହାରରେ ୫ଟି ଥିମ୍ ରହିଛି । ଇସ୍ତାହାରରେ ଗରିବ, ମହିଳା, ଯୁବକ ଓ ଯୁବ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଭଳି ପ୍ରତିଶ୍ରୁତି ଦେଇଛି ଦାରିଦ୍ର‌୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ବିଷୟକୁ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏହାର ନାମ ରଖାଯାଇଛି ’ଜନ ଆୱାଜ’(ଲୋକଙ୍କ ସ୍ବର) ଜାରି ହୋଇଛି। ଏଥିରେ ଗରିବଙ୍କ ଜମାଖାତାକୁ ବର୍ଷରେ ୭୨ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ରହିଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ ହୋଇପାରିବେ ବୋଲି କଂଗ୍ରେସ କହିଛି। ୨୦ରୁ ଅଧିକ ରାଜ୍ୟର ଲୋକଙ୍କ ପ୍ରସ୍ତାବ ଆଧାରରେ ଏହି ନିର୍ବାଚନୀ ଘୋଷଣାପତ୍ର ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଘୋଷଣା ପତ୍ରରେ ବେରୋଜଗାର, ଚାଷୀ ସମସ୍ୟା ଆଦିକୁ ଗୁରୁତ୍ୱ ଦିଆଯାଇଛି। ଏହି ଘୋଷଣା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅର୍ଥମନ୍ତ୍ରୀ ଏମ. ଚିଦମ୍ବରମଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ରାହୁଲ ଗାନ୍ଧୀ ଦଳୀୟ ଇସ୍ତହାର ଘୋଷଣା କରିଛନ୍ତି।