ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ

ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ

ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ
ମୀରଟ୍:ଲୋକସଭା ନିର୍ବାଚନ ପାଇଁ ଉତର ପ୍ରଦେଶର ମୁଜାଫରନଗର ଆସନରୁ ମନୋନୟନ ପତ୍ର ଦାଖଲ କରିଛନ୍ତି ୫୧ ବର୍ଷୀୟ ମାଙ୍ଗେରାମ୍ କଶ୍ୟପ । ପେସାରେ ଓକିଲ ହୋଇଥିଲେ ବି ନିଜେ ଦଳ ଗଢି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ୨୦୦୦ ମସିହାରୁ ସେ ନିର୍ବାଚନ ଲଢି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଲଢିବେ ବୋଲି କହିଛନ୍ତି । ମାଙ୍ଗେରାମ୍ କଶ୍ୟପଙ୍କୁ ନେଇ ଏବେ ଉତର ପ୍ରଦେଶରେ ଚର୍ଚ୍ଚା । କାରଣ ତାଙ୍କୁ ଦେଶର ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି । ଓକିଲ ଭାବେ କାର୍ଯ୍ୟ କରୁଥିଲେ ହେଁ ଯାହା କିଛି ରୋଜଭାର ହୁଏ, ପରିବାର ପାଇଁ ଖର୍ଚ୍ଚ ହୋଇଯାଏ । ବ୍ୟାଙ୍କ ଆକାଉଂଟରେ ଅଧୁଲିଟିଏ ନାହିଁ । ତାଙ୍କର କିମ୍ବା ତାଙ୍କ ପତ୍ନୀ ବବିତାଙ୍କର ମଧ୍ୟ କୌଣସି ଟଙ୍କା ନାହିଁ । ତଥାପି ମନରେ ସାହସ ଜୁଟାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଅର୍ଥାଭାବରୁ ଚାଲି ଚାଲି ପ୍ରଚାର କରୁଛନ୍ତି । ୨୦୦୦ ମସିହାରୁ ସମସ୍ତ ସାଧାରଣ ନିର୍ବାଚନ ଲଢିଥିଲେ ହେଁ ଗୋଟିଏରେ ବି ଜିତି ନଥିବା ମାଙ୍ଗେରାମ କହିଛନ୍ତି, ଏଥର ପରିସ୍ଥିତି ତାଙ୍କ ସପକ୍ଷରେ ଅଛି । ଲୋକମାନେ ତାଙ୍କୁ ପ୍ରସନ୍ଦ କରୁଥିବା ସେ ଅନୁଭବ କରୁଛନ୍ତି । ନିର୍ବାଚନ ଜିତିଲେ, ସ୍ଥାନୀୟ ଅଂଚଳର ବିକାଶ ସହିତ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।