ଏହି କାରଣରୁ ସ୍ୱାମୀ ଜାଳିଦେଲେ ବିଡା ବିଡା ଟଙ୍କା ।

ଏହି କାରଣରୁ ସ୍ୱାମୀ ଜାଳିଦେଲେ ବିଡା ବିଡା ଟଙ୍କା ।

ଏହି କାରଣରୁ ସ୍ୱାମୀ ଜାଳିଦେଲେ ବିଡା ବିଡା ଟଙ୍କା ।
ରାଗରେ ଓ କ୍ରୋଧରେ ଯେ ଜଣେ ବ୍ୟକ୍ତି ୭.୧୩ କୋଟି ଟଙ୍କା ଜାଳିଦେବ, ଏହା ବିଶ୍ୱାସ କରିହେଉନି । ଘଟଣାଟି କିନ୍ତୁ ସତ, କାରଣ ସେହି ବ୍ୟକ୍ତିଜଣକ ନିଜେ କୋର୍ଟରେ ଏହା ପ୍ରକାଶ କରିଛନ୍ତି । କାନାଡାନିବାସୀ ବ୍ୟବସାୟୀ ହେଲେ ୫୫ ବର୍ଷୀୟ ବ୍ରୁସ । ୨୦୧୬ ରୁ ପତ୍ନୀ ରେନିଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହେଲା । ବ୍ରୁସଙ୍କର ଅନ୍ୟ ଜଣଙ୍କ ସହ ନିବିଡ଼ତା ବଢ଼ିବା ହିଁ ଥିଲା ପାରିବାରିକ ଅଶାନ୍ତିର ମୁଖ୍ୟକାରଣ । ରେନି ଓ ବ୍ରୁସଙ୍କ ବିବାହ ବିଚ୍ଛେଦ ପର୍ଯ୍ୟାୟ ଚାଲିଥାଏ । ଏହା ଭିତରେ ବ୍ରୁସ ନିଜ ୭ଟି ଆକାଉଣ୍ଟରୁ ୭.୩୧ କୋଟି ଟଙ୍କା ବାହାର କରିଲେ । କୋର୍ଟ ଯଦି ପତ୍ନୀଙ୍କୁ ଭରଣପୋଷଣ ବାବଦରେ ଟଙ୍କା ଦେବାକୁ କହିବ, ଏହି ଚିନ୍ତାରେ ବ୍ରୁସ ଥିଲେ । ପତ୍ନୀ ଉପରେ ରାଗ ଥିବା କାରଣରୁ ସେ ଏତେ ପରିମାଣର ଟଙ୍କାକୁ କ’ଣ କରିବେ କିଛି ନ ଭାବିପାରି ଶେଷର ଏସବୁ ଟଙ୍କାକୁ ସେ ଜାଳି ଦେଇଥିଲେ । ଏହି ମତ ସେ ନିଜେ କୋର୍ଟରେ ଦେଇଛନ୍ତି । ଏକମାତ୍ର ଝିଅ ଆଞ୍ଜେଲର ଭବିଷ୍ୟତ୍ୟ ସମ୍ପର୍କରେ ସେ କିପରି କିଛି ଭାବିଲେ ନାହିଁ, ଏହା ଭାବି ଖୁବ ମନସ୍ତାପ କରୁଛନ୍ତି ବ୍ରୁସ । ବିଚାରକ ଏଭଳି ମନ୍ତବ୍ୟ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ବ୍ରୁସଙ୍କୁ ୩୦ ଦିନର ଦଣ୍ଡ ଶୁଣାଇଛନ୍ତି ।