ସରଳ ଉପାୟରେ ତ୍ୱଚାର ଯତ୍ନ

ସରଳ ଉପାୟରେ ତ୍ୱଚାର ଯତ୍ନ

ସରଳ ଉପାୟରେ ତ୍ୱଚାର ଯତ୍ନ
ଶୀତଦିନେ ତ୍ୱଚା ଶୁଷ୍କ ହେବା ମୁଖ୍ୟ ସମସ୍ୟା । ଭଲରେ ଯତ୍ନ ନ ନେଲେ ତ୍ୱଚାକୁ ପୋଷଣ ମିଳେ ନାହିଁ । ଯାହା କାରଣରୁ ଚମକ ମଧ୍ୟ ହରାଏ । ସରଳ ଉପାୟରେ ତ୍ୱଚାର ଯତ୍ନ ନେବା ଏଇଦିନେ ଆବଶ୍ୟକ । ଶୁଦ୍ଧ ମହୁକୁ ସ୍ନାନ ପୂର୍ବରୁ ତ୍ୱଚାରେ ଲଗାଇବା ଭଲ । ବେସନ, ଚିମୁଟାଏ ହଳଦୀରେ ମଧ୍ୟ ମହୁକୁ ମିଶାଇ ହାତ, ପାଦରେ ଲଗାଇପାରିବେ । ତ୍ୱଚା ପାଇଁ ଏହା ପ୍ରାକୃତିକ ମଏଶ୍ଚଯାଇଜର ପରି କାମ କରେ । ଫାଳେ ପାଚିଲା କଦଳୀକୁ ଭଲରେ ଚକଟି ସେଥିରେ କଞ୍ଚା ଖିର, ମିଶାଇ ତ୍ୱଚାରେ ଲଗାଇ ୧୫ ମିନିଟ ପରେ ଧୋଇବେ । ଏହି ପ୍ୟାକ ତ୍ୱଚା କଣ୍ଡିସନିଂ କିରବାରେ କାମ କରେ । ତ୍ୱଚା ଶୁଷ୍କତାରୁ ରକ୍ଷା ପାଇବା ନିମନ୍ତେ ପେସ୍ତାବାଦାମ ଗୁଣ୍ଡ ୧ ଚାମଚରେ ଦହି ମିଶାଇ ଲଗାଇଲେ ଦାଗ, ବ୍ରଣ ଦୂର ହୋଇଥାଏ । ଶୀତଦିନରେ ତ୍ୱଚା ପାଇଁ ଏକ ଭଲ ପ୍ୟାକ ଭଳି କାମ କରେ । ଅଧିକ ଥଣ୍ଡା କିମ୍ବା ଗରମ ପାଣିରେ ତ୍ୱଚା ଧୁଅନ୍ତୁ ନାହିଁ । ନଖଉଷୁମ ପାଣିରେ ତ୍ୱଚା ଧୋଇବା ପରେ ମଏଶ୍ଚରାଇଜର କିଛି ସମୟ ପାଇଁ ତ୍ୱଚାରେ ଲଗାଇବା ଭଲ । ପାଚିଲା ଅମୃତଭଣ୍ଡା ଫାଳେକୁ ଭଲରେ ବାଟି ସେଥିରେ କଞ୍ଚା କ୍ଷୀର ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ପରେ ଧୋଇନେବେ । ଶୀତରେ ଏହି ପ୍ୟାକ ତ୍ୱଚାକୁ ପୋଷଣ ଯୋଗାଇଥାଏ ।