ରାମାୟଣ ସୁଟିଂ ସେଟରେ ଜଣେ ମହିଳା ତାଙ୍କ ପିଲାକୁ ଆଣି ଭଲ କରିଦିଅ ବୋଲି କହିଥିଲେ
ରାମାୟଣ ସୁଟିଂ ସେଟରେ ଜଣେ ମହିଳା ତାଙ୍କ ପିଲାକୁ ଆଣି ଭଲ କରିଦିଅ ବୋଲି କହିଥିଲେ
ଦୂରଦର୍ଶନରେ ପୁନଃ ପ୍ରସାରିତ ଧାରାବାହିକ ରାମାୟଣ ଏବେ ବି ସେଇ ଲୋକପି୍ରୟତା ବଜାୟ ରଖିଛି । ତେବେ ଏଥିରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏହି ଅଭିନୟ ସମୟର ଏକ ଅଭିଜ୍ଞତାକୁ ସେୟାର କରି କହିଛନ୍ତି, ସେତେବେଳେ ମତେ ଅନେକ ସତସତିକା ଭଗବାନ ମାନିନେଇଥିଲେ । ଯେତେବେଳେ ସେ କେଉଁଠିକୁ ଯାଉଥିଲେ ଲୋକେ ତାଙ୍କ ସାମ୍ନାକୁ ଆସି ହାତ ଯୋଡ଼ି ଛିଡା ହୋଇଯାଉଥିଲେ । ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଅରୁଣ ପୁରୁଣା ଦିନର ଏକ ଅବିସ୍ମରଣୀୟ ଦିନକୁ ମନେ ପକାଇ କହିଥିଲେ, ଯେତେବେଳେ ସେ ସୁଟିଂ ସେଟ୍ରେ ବସିଥିଲେ ସେତେବେଳେ ଜଣେ ମହିଳା ସେଠାକୁ ଆସିଥିଲେ । ସେଠାରେ ଲୋକଙ୍କୁ ପଚାରୁଥିଲେ ଶ୍ରୀରାମ କେଉଁଠି ଅଛନ୍ତି । ଲୋକେ ସେ ମହିଳାଙ୍କୁ ମୋ ପାଖକୁ ପଠାଇଥିଲେ । ମହିଳା ଜଣକ ମୋ ପାଖରେ ପହଞ୍ଚିବା କ୍ଷଣି ମୋ ପାଦ ତଳେ ରଖିଦେଇ ମୋତେ କହିଲେ, ମୋ ପିଲାର ଦେହ ବହୁତ ଖରାପ ଅଛି, ୟାକୁ ବଞ୍ଚେଇ ଦିଅ । ଅରୁଣ ମହିଳାଙ୍କୁ କହିଲେ ଆପଣ ପିଲାକୁ ଡାକ୍ତର ପାଖକୁ ନେଇକି ଯାଆନ୍ତୁ । ମୁଁ ତାଙ୍କୁ କିଛି ପଇସା ବି ଦେବା ପରେ ସେ ସେଠାରୁ ଯାଇଥିଲେ । ମୁଁ ବି ସେଇ କୁନି ପିଲାଟି କିପରି ଭଲ ହେଇଯାଉ ପ୍ରାର୍ଥନା କରୁଥିଲି । କିଛି ଦିନ ପରେ ସେ ମହିଳା ଜଣକ ପୁଣି ମୋ ପାଖକୁ ଆସିଥିଲେ । ସେତେବେଳେ ତାଙ୍କ ପିଲା ସୁସ୍ଥ ଥିଲା । ସେଇ ମୁହୂର୍ତ୍ତରେ ମତେ ଲାଗିଥିଲା ଯେ ଭଗବାନଙ୍କୁ ଯଦି କିଛି ମଗାଯାଏ ତେବେ ସେ ତାହା ନିଶ୍ଚିତ ପୂରା କରନ୍ତି ।