ଚର୍ଚ୍ଚାରେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ, ମଶାଣିରେ ରହୁ ଫଟୋ

ଚର୍ଚ୍ଚାରେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ, ମଶାଣିରେ ରହୁ ଫଟୋ

ଚର୍ଚ୍ଚାରେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ, ମଶାଣିରେ ରହୁ ଫଟୋ

ଭୁବନେଶ୍ୱର : ଟିକାଦାନ କେନ୍ଦ୍ରରେ କାହାର ଫଟୋ ଲାଗିବ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଏହାକୁ ନେଇ ରାଜନୀତିକସ୍ତରରେ ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଛି  । ଉଭୟ ବିଜେଡ଼ି ଓ ବିଜେପି ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିବାବେଳେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି  ।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଅନେକ ଯୁବକ ପ୍ଲାକାଡର଼୍ ଧରି ପ୍ରତିବାଦ କରିଛନ୍ତି  । ଯଦି ଟିକାକରଣ କେନ୍ଦ୍ରରେ ଫଟୋ ରହୁଛି ତେବେ ମଶାଣିରେ ବି ଫଟୋ ରହୁ  । ଉଭୟ ନବୀନ ଓ ମୋଦିଙ୍କ ଫଟୋରେ ସେମାନେ ଏଭଳି ଉଲ୍ଲେଖ କରି ବିଜେଡ଼ି ଓ ବିଜେପିକୁ କଟାକ୍ଷ କରିଛନ୍ତି  ।

ସୂଚନାଯୋଗ୍ୟଯେ, ନିକଟରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏହି ପ୍ରସଙ୍ଗରେ ବିଜେପି ଓ ବିଜେଡ଼ି ଉପରେ ବର୍ଷିଥିଲେ  । ସେ କହିଥିଲେଯେ, ବିଜେପି ନେତାମାନେ ଏବେ ଟିକାକରଣ କେନ୍ଦ୍ରରେ ନବୀନଙ୍କ ଫଟୋ ଚିରୁଛନ୍ତି  । ହେଲେ ସେମାନେ କରୋନା ଟିକା କାହିଁକି ଠିକରେ ମିଳୁନାହିଁ, କୋଭିଡ଼ କେୟାର ସେଂଟରରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କାହିଁକି ମିଳୁନାହିଁ, ଏକମୋ ମେସିନ କାହିଁକି ନାହିଁ ଆଦି ପ୍ରସଙ୍ଗରେ ତୁଣ୍ଡ ଖୋଲିନାହାନ୍ତି  । କିନ୍ତୁ ଫଟୋକୁ ନେଇ ହୀନ ରାଜନୀତି କରୁଛନ୍ତି  । ଲୋକଙ୍କ ଟିକସ ଟଙ୍କାରେ ଟିକା ଦିଆଯାଉଥିବାବେଳେ ବିଜେପି ଓ ବିଜେଡ଼ିର ଶ୍ରେୟ ରାଜନୀତିକୁ ସେ ସମାଲୋଚନା କରିବା ସହ ମଶାଣୀରେ ବି ଦୁଇ ନେତାଙ୍କ ଫଟୋ ଲଗାଯାଉ ବୋଲି କଟାକ୍ଷ କରିଥିଲେ  ।