ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଟେଲରଙ୍କ ଆତ୍ମହତ୍ୟା
ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଟେଲରଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ନାଗପୁରରେ ଏକ ଭୟଙ୍କର ଘଟଣା ଆତଙ୍କ ଖେଳାଇ ଦେଇଛି । ଜଣେ ୪୫ ବର୍ଷୀୟ ଯୁବକ ନିଜ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି । ନାଗପୁର ପଚପେଲି ଅଞ୍ଚଳରେ ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା । ଅତିରିକ୍ତ ମୁମ୍ବାଇ ପୁଲିସ କମିସନର ସୁନିଲ ଫୁଲାରୀ ଗଣମାଧ୍ୟମରେ ଉଦବୋଧନ ଦେଇ କହିଛନ୍ତି, ଆଲୋକ ମତୁକାର ନାମକ ଜଣେ ବ୍ୟକ୍ତି ନିଜ ପନôୀ, ଝିଅ ଏବଂ ପୁଅକୁ ତଣ୍ଟି କାଟି ହତ୍ୟା କରିଥିଲା । ଏହାପରେ ସେ ନିଜ ଘରଠାରୁ ୨୦୦ ମିଟର ଦୂର ନିଜ ଶଶୁର ଘରକୁ ଯାଇ ଶାଶୂ ଏବଂ ଶାଳୀକୁ ହତ୍ୟା କରିଥିଲା । ପରେ ନିଜ ଘରକୁ ଫେରି ସିଲିଂ ଫ୍ୟାନରେ ସେ ନିଜେ ଝୁଲିଯାଇଥିଲେ । ସୋମବାର ଦିନ ଅନେକ ସମୟ ପର୍ଯ୍ୟନ୍ତ ଉକ୍ତ ପରିବାରର କାହାକୁ ନଦେଖିବାପରେ ପଡେ଼ାଶୀମାନେ ସନେ୍ଦହ କରିଥିଲେ । ଜଣେ ବ୍ୟକ୍ତି ମତୁକାରଙ୍କ ଘର ଭିତରକୁ ଝରକାପଟେ ଅନେଇବା ପରେ ମୃତଦେହ ପଡ଼ିଥିବା ଦେଖିଥିଲେ । ସେ ସଙ୍ଗେସଙ୍ଗେ ପୁଲିସକୁ ଫୋନ କରି ଡକାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ଅଭିଯୁକ୍ତ ମତୁକାରର ଶଶୁର ଘରେ ଅନ୍ୟ ୨ଟି ମୃତଦେହ ଜବତ ହୋଇଥିଲା । କୌଣସି ଘରୋଇ କଳହରୁ ମତୁକାର ଏଭଳି ଜଘନ୍ୟ କାଣ୍ଡ ଘଟାଇ ଥାଇପାରେ ବୋଲି ପୁଲିସ ସନେ୍ଦହ କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।




admin 