ଆତଙ୍କବାଦ ବିରୋଧରେ ଲଢ଼ିବେ ଭାରତ ଓ ଚାଇନା

ଆତଙ୍କବାଦ ବିରୋଧରେ ଲଢ଼ିବେ ଭାରତ ଓ ଚାଇନା

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ହାତ ଏବେ ବିଶ୍ୱର ସବୁ ଦେଶ ଛାଡ଼ିବାରେ ଲାଗିଛନ୍ତି । ଏମିତିକି ଚାଇନା ବି ହାତ ଛାଡ଼ିବାକୁ ସଂକେତ ଦେଇସାରିଛି । ଗୋଟିଏ ପଟେ ଚାଇନାର ସମର୍ଥନ ପାଇଁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚାଇନା ଗସ୍ତରେ ଯାଇଥିବାବେଳେ ଅପରପକ୍ଷରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ସଂକେତ ପାକକୁ ଚିନ୍ତାରେ ପକାଇଦେଇଛି । ଗୋଟିଏ ପଟେ ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ଚାଇନା ମୁଣ୍ଡ ଖେଳାଇବ ନାହିଁ ବୋଲି କହି ସାରିଥିବାବେଳେ ଅପରପକ୍ଷରେ ଆତଙ୍କବାଦ ବିରୋଧରେ ଉଭୟ ଦେଶ ମିଳିତ ସମରାଭ୍ୟାସ କରିବେ ବୋଲି ଚାଇନା ସୂଚନା ଦେଇଛି । ଆସନ୍ତା ଡିସେମ୍ବରରେ ଏହି ଆଂଟି ଟେରର ସମରାଭ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ଅର୍ଥନୀତିକ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଆସୁଥିବାବେଳେ ଉଭୟ ଦେଶ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।