ମଣ୍ଡିରେ ପଡି ରହିଛି ଧାନ, ଭୋଟ୍ ବର୍ଜର୍ନ ପାଇଁ ଚାଷୀ ଶ୍ରମିକ ସଂଘର ଆହ୍ୱାନ

ମଣ୍ଡିରେ ପଡି ରହିଛି ଧାନ, ଭୋଟ୍ ବର୍ଜର୍ନ ପାଇଁ ଚାଷୀ ଶ୍ରମିକ ସଂଘର ଆହ୍ୱାନ

ମଣ୍ଡିରେ ପଡି ରହିଛି ଧାନ,  ଭୋଟ୍ ବର୍ଜର୍ନ ପାଇଁ ଚାଷୀ ଶ୍ରମିକ ସଂଘର ଆହ୍ୱାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ସମବାୟ ସମିତିରେ ପଡିରହିଥିବା ଧାନ ତୁରନ୍ତ କିଣିବା ପାଇଁ ଦାବି କରାଯିବା ସହ ଧାନ କିଣାନଗଲେ ଚାଷୀମାନେ ଧାନକୁ ରାସ୍ତା ଉପରେ ରଖି ଭୋଟ୍ ବର୍ଜନ କରିବେ ବୋଲି ଚେତାବନି ଦିଆଯାଇଛି । ଜମଧର ଗ୍ରାମ ପଂଚାୟତ ଚାଷୀ ଶ୍ରମିକ ସଂଘର ସଭାପତି ଅଞ୍ଜନ କୁମାର ପଲାଇ ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଚେତାବନି ଦେଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ ପ୍ରାୟ ୧୫ ଦିନ ହେଲା ବିଭିନ୍ନ ସମବାୟ ସମିତିରେ ଚାଷିମାନଙ୍କ ଧାନ କିଣା ନଯାଇ ପଡିରହିଛି । ଏପ୍ରିଲ୍ ମାସ ଶେଷ ପର୍ଯ୍ୟନ୍ତ ଧାନ କିଣାଯିବ ବୋଲି ସରକାରୀ ସ୍ତରରେ ଘୋଷଣା କରାଯାଇଥିଲା । ଫଳରେ ଚାଷୀମାନେ ମଣ୍ଡୀକୁ ଧାନ ଆଣିଥିଲେ ମଧ୍ୟ ସମବାୟ ସମିତି ପକ୍ଷରୁ ଏହା କିଣାନଯାଇ କଟାଇ ରଖାଯାଇଛି । ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।