କେନ୍ଦ୍ରାପଡାରେ କଣ କହିଲେ ମୋଦୀ

କେନ୍ଦ୍ରାପଡାରେ କଣ କହିଲେ ମୋଦୀ

କେନ୍ଦ୍ରାପଡାରେ କଣ କହିଲେ ମୋଦୀ
କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରାପଡା ବାରୁଅଠାରେରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି ମୋଦି । ଆଜିର ଭାଷଣରେ ମୋଦୀ ବୁଲେଇ ବଙ୍କେଇ ନ କହି ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କରିଥିଲେ । ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରିଥିଲେ ମୋଦୀ । ସେ କହିଥିଲେ, ମୁଁ ଭୋଟ ଦେଇ ଆସିଛି। ଭୋଟ ଦେବା ଆମର କର୍ତ୍ତବ୍ୟ ଏବଂ ସୌଭାଗ୍ୟ। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ମୋର ଶେଷ ଦିନ। ବିଜେପି ସରକାର ଗଢ଼ିଲେ ପୁଣି ଆସିବି। ମୋଦୀ ଆହୁରି କହିଥିଲେ, ଓଡ଼ିଶାର ନେତାଙ୍କଠାରୁ ଲୋକମାନେ ଅଧିକ ଚାଲାକ। ନିକଟରେ ମୁଁ ସୁରତରେ କିଛି ଓଡ଼ିଆ ଲୋକଙ୍କୁ ଭେଟିଥିଲି। ସେମାନେ ଠାରରେ ବୁଝାଇ ଦେଇଥିଲେ ଯେ ଏଥର ବିଜେପି। ୫ବର୍ଷର ସକାର ମଧ୍ୟରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି। ଯେଉଁମାନେ ମିଥ୍ୟା ଆରୋପ ଲଗାଇଥିଲେ ସେମାନେ ଏବେ କାଠଗଡ଼ାରେ ବୋଲି ମୋଦୀ କହିଥିଲେ। ଆମର ସଂକଳ୍ପ ହେଉଛି ୨୦୨୨ ସୁଦ୍ଧା ସବୁ ଲୋକଙ୍କର ବିକାଶ । ଗୋଟିଏ ବି ପରିବାର ଯେମିତି ଅନ୍ଧାରରେ ନ ରହୁନ୍ତି ଆମେ ସଂକଳ୍ପ ନେଇଛୁ । ଏହା ସହିତ ମୋଦୀ ଉଜ୍ଜଳା, ସ୍ୱଚ୍ଛ ଭାରତ ଯୋଜନ କଥା ବି କହିଥିଲେ । ରାଜ୍ୟ ଯେଉଁଭଳି ଭାବେ ଝିଅମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ତାକୁ ନେଇ କଡ଼ା ନିନ୍ଦା କରିଥିଲେ । ବିଜେପିର ପ୍ରଥମ ଲକ୍ଷ୍ୟ ଝିଅଙ୍କ ସୁରକ୍ଷା । ସେଥିପାଇଁ କେନ୍ଦ୍ର ସରକାର ଫାଶୀ ଭଳି ଦଣ୍ଡ ବ୍ୟବସ୍ଥା ଆଣିଛନ୍ତି ।