ସିନେ ଅଭିନେତା ସଲିଲ ମିତ୍ର ଗୁରୁତର

ସିନେ ଅଭିନେତା ସଲିଲ ମିତ୍ର ଗୁରୁତର

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ କାର ଓଲଟି ପଡ଼ିବାରୁ ସିନେ ତାରକା ସଲିଲ ମିତ୍ର ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ତାଙ୍କର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ରବିବାର ଏକ କାର ଯୋଗେ ସଲିଲ ୨୦ନଂ ଜାତୀୟ ରାଜପଥ ଦେଇ କରଞ୍ଜିଆ ଅଭିମୁଖେ ଯାଉଥିଲେ । ତେବେ ଘଟଗାଁ କଲେଜ ଛକ ନିକଟରେ ହଠାତ ଗୋରୁପଲ ଗାଡ଼ି ସାମ୍ନାକୁ ଚାଲିଆସିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ କାରର ଡ୍ରାଇଭର ଓ ସଲିଲ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ସଲିଲଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଛି । ତେବେ ଗାଡ଼ିରେ ଥିବା ଅନ୍ୟ ୩ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି ।