ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ ହେଲେ ପ୍ରତାପ ଷଡଙ୍ଗୀ

ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ ହେଲେ ପ୍ରତାପ ଷଡଙ୍ଗୀ

ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର   ମନ୍ତ୍ରୀ ହେଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର: ଗତକାଲି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ତାଙ୍କୁ ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ପ୍ରକାଶ ଯେ, ମୋଦି ତାଙ୍କୁ ନିଜର ସହଯୋଗୀ ଭାବେ ବାଛି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ଆରଏସଏସ ସହ ଜଡ଼ିତ ଶ୍ରୀ ଷଡ଼ଙ୍ଗୀ ବିଜେପିର ଜଣେ ଅଗ୍ନିବର୍ଷୀ ନେତା ଭାବେ ପରିଚିତ । ତାଙ୍କ ସରଳ ଜୀବନଯାପନ ପାଇଁ ମଧ୍ୟ ସେ ସବୁବେଳେ ଚର୍ଚ୍ଚାରେ । ସେ ସାଂସଦଭାବେ ନିର୍ବାଚିତ ହେବା ପରେ ମନ୍ତ୍ରୀପଦ ପାଇବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଗତକାଲି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ମୋଦି ଶ୍ରୀ ଷଡ଼ଙ୍ଗୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି । ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ପ୍ରତାପ ଷଡଙ୍ଗୀ ।