ଲଜ୍ଜା: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଲଜ୍ଜା: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଲଜ୍ଜା: କଲେଜ ଛାତ୍ରୀଙ୍କୁ  ଗଣଦୁଷ୍କର୍ମ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା କତର ବଗା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ କାଲି ରାତି ସାଡେ ୧୦ ଟା ବେଳେ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଙ୍ଗାଲି ଓ ପରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ମୁହଁରେ ମୁଣ୍ଡରେ ଓ ମୁଣ୍ଡରେ ପଥର ଛେଚି ଦିଆଯାଇଥିବା ଦିଆଯାଇଥିବାରୁ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ବୁର୍ଲା ମେଡିକାଲର ଟ୍ରମା କେୟାରରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଦୁର୍ଷ୍କମ ଓ ହତ୍ୟା ଉଦ୍ୟମ ଘଟଣାରେ ୨ ଜଣ ଝିଅ ଓ ୨ ଜଣ ପୁଅଙ୍କ ସମ୍ପୃକ୍ତ ରହିଛି । ଯାହାକି ଘଟଣାକୁ ଅଧିକ ସମ୍ବେଦନଶୀଳ କରିଦେଇଛି । କରତା ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାତା ବୁର୍ଲା ମେଡିକାଲରେ ପହଂଚି ପୀଡିତାଙ୍କ ପରିବାର ବର୍ଗ ସହ ଆଲୋଚନା କରିଛନ୍ତି ।