ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫୋନି’

ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫୋନି’

ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫୋନି’
ଆନ୍ଧ୍ର : ଦିଗ ବଦଳାଇ ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫୋନି’ । ବର୍ତ୍ତମାନ ଏହା ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ପାଖାପାଖି ୧୮୫ କିମି ବେଗରେ ପବନ ବୋହିବ । ବାତ୍ୟା ‘ଫୋନି’କୁ ନେଇ ଗତକାଲି ପର୍ଯ୍ୟନ୍ତ ସମସ୍ତେ ଯାହା ଭାବୁଥିଲେ ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । ଓଡ଼ିଶାରେ ଏହାର ପ୍ରଭାବ ଆଦୌ ପଡ଼ିବନି ବୋଲି କୁହାଯାଉଥିବାବେଳେ ଗତକାଲି ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଆଜି ଯାହା ଖବର ମିଳୁଛି ତାହା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ । ତାହା ହେଉଛି ଓଡ଼ିଶାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଫୋନି’ । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବରୁ “ଫୋନି’ ତାମିଲନାଡ଼ୁ ଓ ଆନ୍ଧ୍ରର ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଏହି ଆଶଙ୍କାକୁ ଏଡ଼ାଇ ଦେଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ‘ଫୋନି’ ଅତିପ୍ରବଳ ବାତ୍ୟାର ରୂପ ନେବ । ମଇ ୧ରୁ ଏହା ନିଜର ଗତିପଥ ପରିବର୍ତ୍ତନ କରିବ । ଉତ୍ତରପଶ୍ଚିମରୁ ଉତ୍ତର-ପୂର୍ବକୁ ‘ଫୋନି’ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରକାଶ ।