ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ବିକାଶ ପାଇଁ ‘ଦାନ’ ନେବେ ସରକାର

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ବିକାଶ ପାଇଁ ‘ଦାନ’ ନେବେ ସରକାର

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡରର ବିକାଶ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହାତକୁ ନିଆଯାଇଛି । ସରକାର ଏବେ ବିଭିନ୍ନ ପ୍ରକାର ଦାନ ଅର୍ଥକୁ ଏହି ଉଦେ୍ଧଶ୍ୟରେ ଗ୍ରହଣ କରିବେ । ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଯେଉଁ ଅର୍ଥ ଦାନ କରିବେ ତାକୁ କିଭଳି ଠିକଣା ଭାବେ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ବିକାଶ ପ୍ରକଳ୍ପରେ ଲାଗି ପାରିବ ସେ ନେଇ ପୂର୍ତ୍ତ ବିଭାଗ ଗୁରୁତ୍ୱ ଦେଇଛି । ଦାନ ଅର୍ଥର ହିସାବ ଏବଂ ଟଙ୍କାର ସୁବିନିଯୋଗ ପାଇଁ ବିଭାଗ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି । ଏଥିଲାଗି ବିଭାଗୀୟ ସଚିବ ଡ.କି୍ରଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପର ବିକାଶ ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ବିଭିନ୍ନ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଯେଉଁ ଅର୍ଥ ଦାନ କରିବେ ତାକୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବିନିଯୋଗ ହେବ । ତେବେ କେତେକ ସମୟରେ ମହାପ୍ରଭୁଙ୍କୁ ଆସୁଥିବା ଦାନ ବା ଦକ୍ଷିଣା ବିଭିନ୍ନ ପ୍ରକାର ପାର୍ଥିବ ବା ଧାତବ ଦ୍ରବ୍ୟ ରହିଛି । ତେଣୁ ଏସବୁ ଦାନକୁ କିଭଳି ଗ୍ରହଣ କରାଯିବ ଏବଂ ଠାକୁରଙ୍କ କାର୍ଯ୍ୟରେ ଲାଗିବ ତାହା ହିଁ ଏହି ଦାନ ବୈଷୟିକ କମିଟିର ମୂଳ ଲକ୍ଷ୍ୟ । ଏହି ଅର୍ଥରେ ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାମାନ ଗ୍ରହଣ କରାଯିବ । ଯାହା ଦ୍ୱାରା ଦାନ ଅର୍ଥରେ ଭକ୍ତ କାର୍ଯ୍ୟ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼ିବ । କମିଟିରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓବିସିସି ପରିଚାଳନା ନିଦେ୍ର୍ଧଶକ ଅଧ୍ୟକ୍ଷ ରହିଥିବା ବେଳେ ମୁଖ୍ୟ ଯନ୍ତ୍ରୀ (ଡିଜାଇନ) ମୁଖ୍ୟଯନ୍ତ୍ରୀ (ରୋଡସ) ଙ୍କ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ (ବୈଷୟିକ) ସଭ୍ୟ ରହିବେ ।