ପୁଅର ମୃତୁ୍ୟରେ ମା’ର ଆତ୍ମହତ୍ୟା

ପୁଅର ମୃତୁ୍ୟରେ ମା’ର ଆତ୍ମହତ୍ୟା

ପୁଅର ମୃତୁ୍ୟରେ ମା’ର ଆତ୍ମହତ୍ୟା
ନବରଙ୍ଗପୁର: ପୁଅର ମୃତୁ୍ୟକୁ ସହିପାରିଲେନି ମାଆ । ଶେଷରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୁମୁଲି ପଞ୍ଚାୟତ ଜାମଦରା ଗାଁରେ । ମୃତ ପୁଅ ହେଲେ ତୁଳସୀରାମ ହରିଜନ (୪୮) ଓ ତାଙ୍କ ମା’ ସାଇବାଈ (୭୫) । ଚଟାଣ ଉପରୁ ପୁଅର ଶବ ମିଳିଥିବା ବେଳେ ଝୁଲନ୍ତା ଅବସ୍ଥାରେ ମାଆଙ୍କ ଶବ ଉଦ୍ଧାର ହୋଇଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ତୁଳସୀରାମ ଓ ସାଇବାଈ ଜଣକୁ ଜଣେ ସାହା ହୋଇ ଚଳୁଥିଲେ । ପୁଅ ତୁଳସୀ ନୂଆ ଆବାସ ଘରେ ରହୁଥିଲେ । ଘରଠାରୁ କିଛି ଦୂରରେ ତାଙ୍କ ପୁରୁଣା ଘରେ ମା ସାଇବାଈ ରହୁଥିଲେ । ତୁଳସୀ ଦୀର୍ଘ ଦିନରୁ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସା ପାଇଁ ଅର୍ଥ ଅଭାବ ରହିଥିଲା । ଫଳରେ ତୁଳସୀ ନିଜର ଚିକିତ୍ସା କରାଇ ପାରୁନଥିଲେ । ଏପରି ଅବସ୍ଥାରେ ନୂଆ ଆବାସ ଘରେ ତୁଳସୀଙ୍କ ମୃତୁ୍ୟ ହୋଇଥିଲା । ପୁଅର ମୃତୁ୍ୟକୁ ସହି ନ ପାରି ମାଆ ସାଇବାଈ ବେକରେ ଦଉଡ଼ି ଦେଇ ପରୁଣା ଘରେ ଆତ୍ମହତ୍ୟା କରିଥିଲେ । ଗତ ଦୁଇ ଦିନ ଧରି ଉଭୟ ମା ଓ ପୁଅ ପଦାକୁ ବାହାରି ନଥିଲେ । ଗାଁ ଲୋକ କେହି ସେମାନଙ୍କୁ ଦେଖିବାକୁ ପାଇନଥିଲେ । ସନେ୍ଦହ କରି ରବିବାର ଉଭୟ ଘର ଫାଙ୍କରୁ ଦେଖିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ସୂଚନା ପାଇ ରାଇଘର ଥାନା ଅଧିକାରୀ ଅଭୟ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।