ନିର୍ବାଚନ ପରେ ଏନଡିଏ ଛାଡ଼ିବେ ନୀତୀଶ: ଚିରାଗ

ନିର୍ବାଚନ ପରେ ଏନଡିଏ ଛାଡ଼ିବେ ନୀତୀଶ: ଚିରାଗ

ନିର୍ବାଚନ ପରେ ଏନଡିଏ ଛାଡ଼ିବେ ନୀତୀଶ: ଚିରାଗ
ବିବହାର ବିଧାନସଭା ନିର୍ବାଚନ ପରେ ଜେଡିୟୁ ନେତା ନୀତୀଶ କୁମାର ଏନଡିଏ ଠାରୁ ସମ୍ପର୍କ ତୁଟାଇବେ । କେବଳ ଏତିକି ନୁହେଁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସହ ସମ୍ପର୍କ ଯୋଡ଼ି ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ଚ୍ୟାଲେଞ୍ଜ ଦେବାକୁ ପ୍ରୟାସ କରିବେ । ଏଭଳି ଦାବି କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ । ସେ କହିଛନ୍ତି ବାରମ୍ବାର ମେଣ୍ଟ ବଦଳାଉଥିବା ନୀତୀଶଙ୍କୁ ‘ପଲଟୁରାମ’ ଭାବେ ସମସ୍ତେ ଜାଣନ୍ତି । ତେଣୁ ଚଳିତ ନିର୍ବାଚନ ପରେ ସେ ପୁଣି ପଲଟିବେ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ବହୁ ଦିନ ଧରି ରାଜନୀତି ଲଢେ଼ଇ ଲଢ଼ିବା ପରେ ନୀତୀଶ କ୍ଷମତାକୁ ଆସିଥିଲେ । କିନ୍ତୁ କିଛି ବର୍ଷ ପରେ ପୁରୁଣା ସହଯୋଗୀ ବିଜେପି ସହ ସମ୍ପର୍କ ତୁଟାଇ ନିଜର କଟ୍ଟର ବିରୋଧୀଙ୍କ ସହ ସମ୍ପର୍କ ଯୋଡ଼ିଥିଲେ । କିନ୍ତୁ ଦୁଇ ବର୍ଷ ପରେ ଲାଲୁଙ୍କ ସହ ସମ୍ପର୍କ ତୁଟାଇ ପୁଣି ଏନଡିଏକୁ ଫେରିଥିଲେ । ମାତ୍ର ଏବେ ପୁଣି ଲାଲୁଙ୍କ ଆରଜେଡି ପ୍ରତି ନୀତୀଶଙ୍କ କୋହଳ ମନୋଭାବ ପୋଷଣ କରୁଛନ୍ତି । ତେଣୁ ନିର୍ବାଚନ ପରେ ଏନଡିଏ ଛାଡ଼ି ପୁଣି ସେ ଆରଜେଡି ମେଣ୍ଟରେ ସାମିଲ ହେବା କିଛି ନୂଆ କଥା ନୁହେଁ ବୋଲି ଚିରାଗ କହିଛନ୍ତି ।