ବିଜେପିରେ ଯୋଗଦେଲେ ଯୋଗେଶ୍ୱର

ବିଜେପିରେ ଯୋଗଦେଲେ ଯୋଗେଶ୍ୱର

ବିଜେପିରେ ଯୋଗଦେଲେ ଯୋଗେଶ୍ୱର
ନୂଆଦିଲ୍ଲୀ:ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ୱ ଭାରତୀୟ ଜନତା ଦଳରେ ବିଧିବଦ୍ଧ ଭାବେ ଯେଗାଦେଇଛନ୍ତି । ମିଶ୍ରଣ ଉତ୍ସବ ବେଳେ ହରିୟାଣର ପ୍ରମୁଖ ବିଜେପି ନେତା ସୁବାଷ ବରାଳ ଉପସ୍ଥିତ ଥିଲେ । କୁହାଯାଉଛି ଯେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯୋଗେଶ୍ୱର ପ୍ରାର୍ଥୀ ହୋଇପାରନ୍ତି । ଭାଜପା କହିବାନୁସାରେ ଯୋଗେଶ୍ୱର ଗତ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପାଇଁ ଦାବିଦାର ଥିଲେ । ଯୋଗେଶ୍ୱର ଦତ୍ୱ ହେଉଛନ୍ତି ହରିୟାଣାର କୁସ୍ତି ଖେଳାଳି । ୨୦୧୨ ମସିହାରେ ଅଲମ୍ପିକରେ କାଂସ ପଦକ ଜିତିଥିଲେ । ୨୦୧୪ରେ ରାଜ୍ୟଗୋଷ୍ଠୀ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ୨୦୧୩ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।