୩୧ ତାରିଖରେ ଦରମା, ପେନସନ୍ ମିଳିବ

୩୧ ତାରିଖରେ ଦରମା, ପେନସନ୍ ମିଳିବ

୩୧ ତାରିଖରେ ଦରମା, ପେନସନ୍ ମିଳିବ
ଭୁବନେଶ୍ୱର : ନୂଆଖାଇ ପାଇଁ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି । ସେପ୍ଟେମ୍ବର ୩ ତାରିଖରେ ନୂଆଖାଇ ପଡ଼ୁଛି । ତାହାର ପୂର୍ବ ଦୁଇ ଦିନ ଅର୍ଥାତ ୧ଓ ୨ ତାରିଖରେ ରବିବାର ଓ ଗଣେଶ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ । ସେଥିପାଇଁ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଦରମା ଓ ପେନସନ୍ ୩୧ ତାରିଖରେ ମିଳିବ । ଏ ନେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଅବଗତ କରାଇ ଦିଆଯାଇଛି ।