ପ୍ରେମ, ପ୍ରତାରଣା ଓ ଧାରଣା

ପ୍ରେମ, ପ୍ରତାରଣା ଓ ଧାରଣା

ପ୍ରେମ, ପ୍ରତାରଣା ଓ ଧାରଣା
ରାୟଗଡ଼ା: ପ୍ରେମରୁ ପ୍ରତାରଣା । ପରେ ନ୍ୟାୟ ଦାବିରେ ଧାରଣା । ପ୍ରତାରଣା ଆଉ କେହି ନୁହେଁ ଜଣେ ଶିକ୍ଷକ ଦେଇଛନ୍ତି । ଆଉ ଶେଷରେ ନ୍ୟାୟ ପାଇବା ପାଇଁ ଯୁବତୀଙ୍କ ସହ ତାଙ୍କ ବାପା ମାଙ୍କ ସହ ସମ୍ପୃକ୍ତ ପ୍ରତାରକ ଶିକ୍ଷକଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ରାୟଗଡ଼ାରେ । ସମ୍ପୂର୍ଣ୍ଣ ଘଟଣାଟି କିଛି ଏହିପରି ଘଟିଛି । ରାୟଗଡ଼ାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଯୁବତୀ ଜଣକ ପଢୁଥିଲେ । ଏହି ପାଠ ପଢା ସମୟରେ ଯୁବତୀ ଜଣକ ଉକ୍ତ କଲେଜର ଜଣେ ଶିକ୍ଷକଙ୍କୁ ଭଲ ପାଇ ବସିଲେ । ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଶିକ୍ଷକ ମଧ୍ୟ ବିବାହର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ତେବେ ଏହାରି ଭିତରେ ଶିକ୍ଷକ ଜଣକ ଆଉ କାହାକୁ ବାହା ହେବାକୁ ସ୍ଥିର କଲେ । ତେବେ ଶିକ୍ଷକଙ୍କ ବିବାହ ଅନ୍ୟତ୍ର ଠିକ ହୋଇଯାଇଥିବା ଜାଣିପାରି ଶେଷରେ ଯୁବତୀ ଜଣକ ନିଜ ବାପା ମା ସହ ସମ୍ପୃକ୍ତ ଶିକ୍ଷକ ଘର ରାୟଗଡ଼ା ଶେଷଖାଇ ଥାନା ପିତାମହଲ ଘର ଆଗରେ ଧାରଣା ଦେଇଛନ୍ତି ।