ଗଡ଼ଖୋର୍ଦ୍ଧା ଛକରେ ଦୁର୍ଘଟଣା ଘଟି ବାପା ସହ ଦୁଇ ପୁଅ ମୃତ

ଗଡ଼ଖୋର୍ଦ୍ଧା ଛକରେ ଦୁର୍ଘଟଣା ଘଟି ବାପା ସହ ଦୁଇ ପୁଅ ମୃତ

ଗଡ଼ଖୋର୍ଦ୍ଧା ଛକରେ ଦୁର୍ଘଟଣା ଘଟି ବାପା ସହ ଦୁଇ ପୁଅ ମୃତ
ଖୋର୍ଦ୍ଧା : ଆଜି ରାତି ପ୍ରାୟ ସାଢେ଼ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବାପ ଓ ଦୁଇ ପୁଅଙ୍କର ମୃତୁ୍ୟ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପ୍ରାୟ ଅଧଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ଼ ୧୧ଟା ବେଳେ ମଳିପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳ ସିଂହ ନିଜର ଦୁଇ ପୁଅ ସଞ୍ଜୟ ପାତାଳସିଂହ ଓ ବିକ୍ରମ ପାତାଳ ସିଂହ ସହିତ ଏକ ମୋଟର ସାଇକେଲ ଯୋଗେ ଭୁବନେଶ୍ୱରରୁ ଗାଁକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ହାଇୱା ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ର ପାତାଳସିଂହଙ୍କର ମୃତୁ୍ୟ ଘଟିଥିବା ବେଳେ ସଞ୍ଜୟ ଓ ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଏହି ଦୁଇଜଣଙ୍କର ମଧ୍ୟ ମୃତୁ୍ୟ ଘଟିଛି । ପୁଲିସ ଖୋର୍ଦ୍ଧା ଡାକ୍ତରଖାନାରେ ପହଞ୍ଚି ମୃତଦେହ ପଞ୍ଚାନାମା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।